STORYMIRROR

Ansuman Swain

Children Stories

3  

Ansuman Swain

Children Stories

ମା'କରୁଥିଲେ ଚକୁଳି ପିଠା

ମା'କରୁଥିଲେ ଚକୁଳି ପିଠା

1 min
208


ମାଆ କରୁଥିଲେ ଚକୁଳି ପିଠା

          ମିନି ବସିଥିଲା ଜଗି

ଭୁଆ ବିରାଡି ଆସିଲା ଲୁଚି

          ଚକୁଳି ପିଠାକୁ ଦେଖି ।୧


ଚକୁଳି ପିଠା ଭାରି ବଢିଆ

            କହିଲା ବିରାଡି ଭାଇ

ଶୁଣିଦେଇ ବିରାଡ଼ିର ଶବ୍ଦ

              ମିନି ପଳାଇଲା ଧାଇଁ ।୨


ବିରାଡି ଭାଇ ଡାକିଲା ମିନି

            ଖାଇବ ଆସ ପିଠା

ଲୋଭ ନାହିଁ, ଖାଇବାକୁ ମୋର

            ଦେବୀ କାହିଁ ମୁହିଁ ଧୋକା ।୩


ଅନ୍ୟ ଭାଇ ମୋର କହୁଥିଲେ

       ଖାଇଦେବେ ବୋଲି ପିଠା

ସେଥି ପାଇଁ, ଲୁଚି ବସି ଥାଇ

      ପାଟି କରୁଥିଲି ଏକା ।୪


ମିନି କହିଲା ବିରାଡି ଭାଇ

       ତୁମେ ଯେ କେତେ ସୁନ୍ଦର

ତୁମ ସୁନ୍ଦରତା ଦେଖି ଦେଇ

        ହସୁଛି ଯେ ମନ ମୋର ।୫


ତୁମେ ମୋତେ ଏତେ ଭଲ ପାଅ

           ମୁଁ ପାରୁନଥିଲି ଜାଣି

ଆସ ଯେ ଦୁହେଁ ଖାଇବା ପିଠା

     ମୋତେ ଭୋକ ଲାଗି ଲାଣି ।୬


ଆସନ ପରି ବସିଲେ ଦୁହେଁ

        ଖାଇଲେ ପିଠାରେ ଚିନି

ବିରାଡି ଭାଇ ମଧୁର ଖାଇ

        ମିନିକୁ କଲା ଭଉଣୀ ।୭


ମିନି ମନ ହୋଇଗଲା ଖୁସୀ

         ଗାଇଲା ସୁନ୍ଦର ଗୀତ

ଗୀତ ଗାଈ କହିଲା ଯେ ମିନି

          ବିରାଡି ଭାଇ ମୋ ମିତ ।୮

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍