STORYMIRROR

SUKANTA KHANDA

Others

3  

SUKANTA KHANDA

Others

ମା'ହିଙ୍ଗୁଳା

ମା'ହିଙ୍ଗୁଳା

1 min
155


ରାତି ନ ପାହୁଣୁ ଘଣ୍ଟ ଘଣ୍ଟା ବାଜେ

ଉଚ୍ଛୁଳେ ହିଙ୍ଗୁଳା ଗୀତ

ତରଙ୍ଗ ଖେଳୁଛି ମହିମା ଅପାର

ଖରା ବର୍ଷା ଅବା ଶୀତ।


ପ୍ରାଣୀ ଓ ଉଦ୍ଭିଦ ତୋର ଆକର୍ଷଣେ

ଭକ୍ତିର ଭାବେ ହିଁ ବନ୍ଧା

ସକାଳରୁ ସଞ୍ଜ ଭୁରୁଭୁରୁ ବହେ

ଯେମିତି ରଜନୀ ଗନ୍ଧା।


ତୋର ଅବଦାନେ ତାଳଚେର ମାଟି

ସ୍ବାର୍ଥକ ହୋଇଛି ଆଜି

ପାଣି ଓ ପବନ ପବିତ୍ର କରିଛ

ଅପାର ମହିମା ସୃଜି ।


ପକ୍ଷୀଏ ଗାଆନ୍ତି ମଙ୍ଗଳ ସଙ୍ଗୀତ

ନିତି ଲୋ ହିଙ୍ଗୁଳା ମାଆ

ସୁମଧୁର ସ୍ବର ଧରିକି ଆନନ୍ଦେ

ନାଚୁଛି ଚୌଦିଗେ ବାଆ।


ସୂରୂଯ ଦୀପାଳି ଜଳେଇ ଦେଇଛି

ଦିନରେ ଆନନ୍ଦ ମନେ

ରାତ୍ରିର ଆକାଶେ ଚନ୍ଦ୍ରମା ଦୀପାଳି

ଶୀତଳ ଜ୍ଯୋତ୍ସାକୁ ବୁଣେ।


ବୃକ୍ଷମାନେ ସ୍ବଚ୍ଛ ମୁକ୍ତ ଅମ୍ଳଜାନ

ତୁମରି ପାଇଁକି ଦେଇ

ଧନ୍ଯ ହେଉଛନ୍ତି ଯୋଗାଇ ନିରତ

ପ୍ରେମର ସଙ୍ଗୀତ ଗାଇ।


ପ୍ରତିକ୍ଷଣ ଚାଲେ ତୁମର ଅର୍ଚ୍ଚନା

କେହି ନ କରନ୍ତି ଶୋକ

ସନ୍ତୋଷ ଲଭନ୍ତି ମନ ହୃଦୟରେ

ପୂର୍ଣ୍ଣ ଯୋଗୁଁ ମାନସିକ।


ଜଗତକୁ ତୁମେ ନିଜର ଡୋରୀରେ

ବାନ୍ଧିଛ ହିଙ୍ଗୁଳା ମାଆ

ସ୍ନେହ ଶ୍ରଦ୍ଧା ତୁମେ ଅର୍ପଣ କରୁଛ

ସନ୍ତାନକୁ ହୋଇ ସାହା।


ଘଣ୍ଟ ଘୋଡେ଼ଇକି ରଖିଥିବ ମା'ଲୋ

ଏତିକି ମୋର ମିନତି

ଛାରଭକ୍ତ ବୋଲି ଦୂରେ ଠେଲିବନି

ଯାଇ ପାରୁନି ତୋ' କତି।


ଦୂରରୁ ପ୍ରାର୍ଥନା ଶୁଣିବ ବୋଲିକି

ବିଶ୍ବାସ ଜନ୍ମାଇ ଆଜି

ମନେ ପକେଇଲି ହିଙ୍ଗୁଳା ମାଆ ଲୋ

ସଂସାରେ ଦେବୁନି ଭାଜି।


କୋଟିଏ ପ୍ରଣାମ ଗ୍ରହଣ କରିବ

ମନ ଫୁଲଟିଏ ଦେଲି

ହୃଦୟ ଭିତରୁ ଭକ୍ତିର ଅର୍ଘ୍ଯଟି

ବହୁ ଦିନେ ପଠେଇଲି।

          



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍