STORYMIRROR

Kalish Chandra Parhi

Others

3  

Kalish Chandra Parhi

Others

ମା'ଗୋ ମମତାମୟୀ

ମା'ଗୋ ମମତାମୟୀ

1 min
13.4K


ମା'ଗୋ

ମମତାମୟୀ ମା' ମୋର

ମଣିଷକୁ ଦିଅ ମିଠା- ଅନୁଭବ

ସ୍ନେହ ଆଉ ମମତାର,

ଦୁର୍ବଳ ମନୁ ଦୂର କରିଦିଅ

ଇର୍ଷା ଓ ଅହଂକାର।

ମା' ଗୋ........।।

ଚାରିଆଡେ ଆଜି ଝଡର- ଆହବ

ବିଭୀଷିକା ଆସେ ମାଡି,

ବେଳୁଁବେଳ ଏଠି ଜୀଇଁବାର ନିଶା

ଯାଉଅଛି ଛାଡି ଛାଡି ।

ମଣିଷ ନେଉଚି ମଣିଷ ଜୀବନ

ଘୋଟିଚି ଅମା ଅଂଧାର।

ମା'ଗୋ..........।।

ବିଷୟାର- ବିଷ ପିଇ ଏ ମଣିଷ

ଭୁଲିଚି ଜୀବନ- ରସ,

ମଧୁମୟ ଏଇ ସୃଷ୍ଟିକୁ କରୁଚି

ଜାଣିଜାଣି ସର୍ବନାଶ।

ମା'ବାପା ଭାଇ ଚିହ୍ନି ପାରୁନାହିଁ

ହଜିଚି ବିବେକ ତାର।

ମା'ଗୋ........।।

କୈଳାସ ଚନ୍ଦ୍ର ପାଢୀ

କୁମାରପୁର , ଭଦ୍ରକ


Rate this content
Log in