ମା ଢାଳିଦେ ଅମାପ ଶକ୍ତି
ମା ଢାଳିଦେ ଅମାପ ଶକ୍ତି
ହେ ଦୁଃଖ ଭଞ୍ଜନୀ ଦୁର୍ଗତୀନାସିନୀ
ଏକି ପରମାଦ ହେଲା
ନବରାତ୍ରି ପୂଜା ବିଭ୍ରାଟେ କି ସଜ୍ଜା
କ୍ରୋଧ ତୋର ଉପୁଜିଲା
ଆରାଧନା ତୋର ମର୍ତ୍ତ୍ଯପୁରେ ସାର
ପୂଜକ ପରା ସନ୍ତାନ
ସନ୍ତାନ କର୍ମରେ କହ କି ପ୍ରକାରେ
କରୁ ଏତେ ହିନୀମାନ
ଆସୁଛି ତିତଲି ସବୁଯିବ ଚାଲି
ଧ୍ବଂସ ପାଇବ ଏ ସୃଷ୍ଟିିିି
ଦେଇ ଧୈର୍ଯ୍ଯଦାନ ରକ୍ଷାକର ମାନ
ପକାଇ ତୋ କୃପା ଦୃଷ୍ଟି
ଜଗତ କଲ୍ଯାଣୀ ମାଆ ଲୋ ଭବାନୀ
ଢାଳି ଦେ ଅମାପ ଶକ୍ତି
ଜଗତ ଜନର ସୁରକ୍ଷା ଆଧାର
ଯୋଗମାୟା ଜଗଦ୍ଧାତ୍ରୀ
ଜୀବନ ସଂଗ୍ରାମେ ଏ ମରତ ଧାମେ
କୋଟି କୋଟି ନର ନାରୀ
କରମ ସଂପାଦି କରିଥାନ୍ତି ସିଦ୍ଧି
ନିଜ ଧରମ ଆଦରି
ତୁହି ଅନପୂର୍ଣ୍ଣା ଅନାଦି ଅପର୍ଣ୍ଣା
ତୁହି ଶାନ୍ତି ,କ୍ଷମା ଦୟା
ହେ ବିଶ୍ବକଲ୍ଯାଣି ପାର୍ବତୀ, ଦ୍ରକ୍ଷାଣୀ
ଉଦ୍ଧାର ହେ ମାହାମାୟା
ଶରତେ ଶାରଦ କାଳେ ଅବସାଦ
ମନରେ ନ ରହୁ ଭୟ
ଫେରୁ ଏ ତିତଲି ପ୍ରଳୟ କୁ ଭୁଲି
ଏହି ଆଜ୍ଞା ତାକୁ ଦିଅ
ଆଜି ଏ ପବିତ୍ର ପୂଜା ଅପବିତ୍ର
ନ ହେଉ ବିଶ୍ବବନ୍ଦିନୀ
ପାଦ ତଳେ ତୋର କୋଟି ନମସ୍କାର
ଘେନ ଗୋ ଜଗଜ୍ଜନନୀ
ଦାଶରଥି ସାହୁ
କଳମ୍ବ/ଗଜାଂଂମ
