STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ମା ଭବାନୀ , ଶାରଦୀୟ ନବରାତ୍ର

ମା ଭବାନୀ , ଶାରଦୀୟ ନବରାତ୍ର

1 min
14.1K


ମା, ଭବାନୀ

କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ମଙ୍ଗଳାଯୋଡି ଖୋର୍ଦ୍ଧା

---------- -------------------- ----------

• ଆସନ୍ତେ ଶରତ ମହୀ ଉଲ୍ଲସିତ ନବଦୁର୍ବା ନୀଳ ବରଣା

• ସୁନ୍ଦରୀ ଅପ୍ଷରୀ ନହୋଇବ ସରି ରୂପେ ଉଭା ଏହି ଲଳନା

• ଶରତ ଆସିଲେ ଧରଣୀ

• ଦିଶୁଅଛି ଆହା କେଡେ ମନୋହର ସୁନ୍ଦର ସବୁଜ ସରଣୀ ।।

• ଧାଡି ଧାଡି ହୋଇ ଚାମର ଢାଳଇ ଶୁଭ୍ର ଶ୍ବେତ କାଶଫୁଲ

• ଶରତ ଆକାଶେ ଧଳା ମେଘ ଭାସେ ତୁଳା ଗିରି ସମତୁଲ

• ବହଇ ଶୀତଳ ପବନ

• ପୁଲକ ସଂଚାରେ ପ୍ରତି ପ୍ରାଣେ ପ୍ରାଣେ ହସିଉଠେ ବିଶ୍ବ ଜୀବନ ।।

• ଜହ୍ନି, କାକୁଡି ର ଫୁଲ ରେ ସୁନ୍ଦର ଦିଶୁଅଛି ବାଡି ବଗିଚା

• ଦେଖିଲେ ଲାଗଇ ଫୁଲ ଫୁଟା ଏହି ପଡ଼ିଛି କି ଗୋଟେ ଗାଲିଚା

• ଉଡ଼ି ଉଡ଼ି ଗାଏ ଭ୍ରମର

• ଗୁଣୁଗୁଣୁ ସ୍ବନ ଅବା ବୀଣା ତାନ ଶୁଣାଯାଏ ତହୁଁ ମଧୁର ।।

• ନାନା ଜାତି ଫୁଲ ସଉରଭ ଚୋର ଅଙ୍ଗେବହି ଧୀରେ ଲହରେ

• ଫୁଲ ସୁବାସ ରେ ମହକି ଯାଏ ରେ ଦିଗ ବିଦିଗ ସେ ବାସରେ

• ରୂପ କି ନନ୍ଦନ କାନନ

• କାହିଁ ମୋର ଭାଷା ଚମକଇ ରସା କରିବାକୁ ତାର ବର୍ଣ୍ଣନ ।।

• ଶରତ ସଞ୍ଜୁଆ ଚନ୍ଦ୍ର ଉଦିଆ ରୂପେଲି କିରଣ ପରସେ

• ତଟିନୀ କୁମୁଦ ଶୋଭାରେ ମୁଗ୍ଧ ପରାଣେ ପରାଣେ ଝଲସେ

• ରତୀପତି କାମଦେବ

• ମାରି ଫୁଲ ଶର କରେ ଗୁରୁତର କାମି କାମିନୀ ର ଭାବ ।।

• ଏ ଶୁଭ ବାସରେ ମନ୍ଦ୍ର ମଧୁରେ ଓଁ କାର ବେଦ ମନ୍ତ୍ର

• ହୁଏ ନିନାଦିତ ଆସୁଛନ୍ତି ମାତ ରସେ ରସା ବିମୋହିତ

• କଳୁଷ ମୋଚନ କାରିଣୀ

• ଯେତେ ଦୁଃଖ ଦୈନ୍ୟ ଅଛିରେ ଜୀବନ ଆସିବେ ଖଣ୍ଡିବେ ଭବାନୀ ।।

• ବିମୁଗ୍ଧ ଜଗତ ହୁଏ ଆହ୍ଲାଦିତ ମହିଷା ମର୍ଦ୍ଦିନୀ ବେଶରେ

• ସର୍ବ ଦେବାଦେବୀ ସଙ୍ଗେ ଘେନି ଉର୍ବୀ ହସେ ଏ ପାର୍ବଣ ଲଗନେ

• କରିବାରେ ଆବାହନ

• ପାପ ତାପ ରୂପି ବିକଟ ମହୀଷା-- ସୁର କୁ କରିବେ ମର୍ଦ୍ଦନ ।।






Rate this content
Log in