STORYMIRROR

SARATA KUMAR DAS

Others

4  

SARATA KUMAR DAS

Others

ମା' ଆସିଛନ୍ତି

ମା' ଆସିଛନ୍ତି

1 min
315


-------

ମୁଠାଏ କଅଁଳ ଆଶିଷକୁ

ପଣତରେ ବାନ୍ଧି 

ଧରା ପୃଷ୍ଠେ ବିଦ୍ୟମାନ 

ଦୁଇପାଦ ଥାପି 

ଶୂନଦେହୀ ମହାମାୟୀ

ଦେବୀ କାତ୍ୟାୟିନୀ ।


ଚେନାଏ ହସର

ଫୁଆର ଭିତରେ

ଦୀପ୍ୟମାନ ତାଙ୍କ ଅପୂର୍ବ କାନ୍ତି 

ନିଆରା ସମ୍ମୋହନରେ

ଭରପୂର ଅପରୂପ ଜ୍ୟୋତି

ସମୁଂଜଳ ଭାବର 

ଦିବ୍ୟ ସୁଶୋଭିତ ଉପସ୍ଥିତି ।


ବିମୁଗ୍ଧ ଚେତନାର

ଅନ୍ତରାଳେ ବିଶ୍ବସନୀୟତାର

ମୁକୁଳିତ ସତ୍ତା ଚିର ଉଜ୍ଜଳ ,

ବହଳ ଅନ୍ଧାରର ଆସ୍ତରଣ ମଧ୍ୟେ

ମଧୁର ପାର୍ବଣର ପୁଲକିତ 

ଓ ଏକ ସିକ୍ତ ଅନୁଭବ ।


ନଈପଠା, ବଣ, ବିଲ 

ସବୁଜ କେଦାର

ଘଣ୍ଟ, ଘଣ୍ଟା, ଧୂପ, ଦୀପ 

ପୁଣ୍ୟ ଆଳତିର ମଧୁ କୋଳାହଳ ,

ଧବଳ ଚାଦରରରେ ଆଚ୍ଛାଦିତ

କାଶତଣ୍ଡୀର ଆଲଟ ଚାମର ତାଳେ

ପୁଷ୍ପିତ ସକାଳର ଆଗମନ

ମଗ୍ନ ମାଟିରେ ସ୍ନିଗ୍ଧ ଅନୁରାଗ

ଏକ ନୂଆ ରଙ୍ଗ ଶାଶ୍ଵତ ଚିନ୍ତନ ।


ଶୁଭ ଶଙ୍ଖର ନିନାଦିତ ଧ୍ବନି 

ମଙ୍ଗଳ ମନ୍ତ୍ରର ଛନ୍ଦେ ଛନ୍ଦାୟିତ

ଏକ ଦିବ୍ୟ ନୂପୁର ର ସ୍ବର 

ଦେହର ଦେହଳୀ ଭିତରେ

ସଦା ମଂଜୁଳ 

ପୂର୍ଣ୍ଣ ଆଭାସ ନବ ଉଚ୍ଛ୍ବାସର ।


ଅନ୍ତହେବ ଅମାରାତି,ହିଂସା,ବ୍ୟଭିଚାର

ହସୁଥିବ ନୀଳକଇଁ 

ଶୀତଳ ଜ୍ୟୋସ୍ନାରେ 

ମହକିବ ଚଲାପଥ 

ଲାଗୁଥିବ ଯାହା ପୁଷ୍ପିତ ପୁଷ୍ପିତ ।।

----------------



Rate this content
Log in