STORYMIRROR

Jagabandhu Sahu

Others

3  

Jagabandhu Sahu

Others

ଲୁଣ୍ଠନ

ଲୁଣ୍ଠନ

1 min
226

ଗୁଳି ବନ୍ଦୁକକୁ  ଦେଖାଇ ରାସ୍ତାରେ

     ଲୁଣ୍ଠନ କରନ୍ତି ଆଜି

ପର ଧନ ଲୁଟି   ଖୁସି ଯେ ହୁଅନ୍ତି

     ଶାସକର ଗୁଣ୍ତା ସାଜି

ଆଇନ୍ ଆଗରେ ଲାଞ୍ଚ ଲୁଞ୍ଚା ଦେଇ

    ଯାଉଥାନ୍ତି ସବୁ ଖସି

ତାଙ୍କରି ସକାଶେ ନିରୀହ ଲୋକଟି

    ବେକରେ ଲଗାଏ ଫାଶୀ

ଲୁଟ୍ ମାର୍ କାମ  କରି ଯେ ଏଇଠି

    ବୋଲାନ୍ତି ମହାପୁରୁଷ

ଅନ୍ୟାୟ ବିରୋଧେ କହିବା ପାଇଁ ଯେ

    ନାହିଁ କାହା ମନେ ସାହସ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍