ଲୁଣ୍ଠନ
ଲୁଣ୍ଠନ
1 min
194
ସେଦିନ ଚାଟଶାଳୀରେ
ଲଣ୍ଠନ ଆଲୁଅରେ
ଗଢି ଉଠୁଥିଲା
ଦେଶର ଭାଗ୍ୟ,
ଆଜି ଚିକମିକ
ବିଜୁଳି ର ଭଳି ଭଳି
ଆଲୁଅ ବି
ଆଲୋକିତ କରି ପାରୁନି
ପିଲାଟି ର ଭବିଷ୍ୟତ !
ଦିନ ଥିଲା ଲଣ୍ଠନ ଟିଏ
ହାତରେ ଥିଲେ
ଭୟଙ୍କର ଅନ୍ଧାର କୁ
ବି ଭୟ ନ ଥାଏ,
ଏବେ କିନ୍ତୁ ଲଣ୍ଠନଟିଏ
କେବଳ ଚିତ୍ର ଆକାରରେ
ରାଜନୈତିକ ଦଳର
ଚିହ୍ନ ରୂପେ ଶୋଭା ପାଏ l
ଲଣ୍ଠନ ଆଲୁଅରେ
ଗଢ଼ା ମଣିଷ ଗୁଡିକ
ନିଜ ସ୍ୱାର୍ଥ ଛାଡି
କରୁଥିଲେ ସମାଜ ଗଠନ,
ଲଣ୍ଠନ ବିନା
ବଢ଼ି ଉଠୁଥିବା
ମଣିଷ ମାନେ
କେଜାଣି କେମିତି
କରି ପାରୁଛନ୍ତି
ଖାଲି ଲୁଣ୍ଠନ l
