Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kunja Bihari Dalai

Others

3.6  

Kunja Bihari Dalai

Others

ଲୁହରେ ଲେଖୁଛି ଚିଠି

ଲୁହରେ ଲେଖୁଛି ଚିଠି

1 min
141



ନବୀନ ଯୁଗର ବ୍ୟର୍ଥ ପ୍ରେମିକ ମୁଁ

ଲୁହରେ ଲେଖୁଛି ଚିଠି ,

ଲେଖନୀ ଚାଲିଛି ଆଗକୁ ଆଗକୁ

ବେଦନା ର ସୁଅ କାଟି ।


ପ୍ରେମ ମଇଦାନେ କ୍ଷତାକ୍ତ ସୈନିକ

ଉଠିବାକୁ ନାହିଁ ବଳ ,

ମିଛ ପ୍ରତାରଣା ଶକ୍ତ ଚାପୁଡ଼ା ରେ

ଆଖି ହୁଏ ଛଳ ଛଳ ।


ପ୍ରେମ ପରିଭାଷା ଶିଖିଲି ତୁମଠୁଁ 

ଥିଲି ସେଥେ ଅନଭିଜ୍ଞ ,

ମିଛ କୁହେଳିରେ ଭସାଇ ମୋ ମନ

ତୁମେ ହୋଇଗଲ ବିଜ୍ଞ ।


ଅତି ସହଜରେ ଭୁଲିଗଲ ତୁମେ

ବିଗତ ଦିନର ସ୍ମୃତି ,

ଅନ୍ୟ କାହା ହାତ ଧରି ହସିହସି

ଲୁଚିଗଲ ରାତାରାତି ।


ମାନୁନି ଏ ମନ ରହିଛି ଅନାଇ

ତୁମ ଫେରିବା ବାଟକୁ ,

ଏକଥା ବି ଜାଣେ ସମ୍ଭବ ନୁହଁଇ

ଫେରି ପାଇବା ତୁମକୁ ।






Rate this content
Log in