STORYMIRROR

Narendra Prasad Behera

Others

3  

Narendra Prasad Behera

Others

ଲୁହରେ ଲେଖୁଛି ଚିଠି

ଲୁହରେ ଲେଖୁଛି ଚିଠି

1 min
156


ଲୁହରେ ଲେଖୁଛି   ଚିଠିଟେ ଦେଉଛି

      କରିବନି ମୋତେ ପର

କାଲିଥିଲି ତୋର    ଅତି ଆପଣାର

      ହୋଇଗଲୁ ଆଜି ଦୂର ।୧।


ଅନ୍ତର ବେଦନା   ସହି ମୁଁ ପାରେନା

      ମନେ ପଡୁ ତୁହି ଖାଲି

ମନେମନେ ତୋତେ   ଖୋଜୁଅଛି କେତେ

      କାହିଁକି ଗଲୁ ତୁ ଭୁଲି  ।୨।


ତୋ ପରି ଭଉଣୀ   କେତେ ଖୋଜିଲିଣି

       ଏ ଜଗତେ ମିଳୁ ନାହିଁ

ସ୍ନେହ ଶ୍ରଦ୍ଧା ତୋର   ଅଛି ମନେ ମୋର 

       କହୁଛି ପ୍ରଭୁଙ୍କୁ ଚାହିଁ ।୩।


ମୋ ପରି ଭାଇକୁ   ଫିଙ୍ଗିଣ ଦୂରକୁ

      କେମିତି ପାଉଛୁ ଶାନ୍ତି  

ଜୀବନରେ ଦିନେ  ଦେଖିବି ନୟନେ 

      କରନି ମନ ଅଶାନ୍ତି ।୪।


କେଉଁ ଦୋଷ ଦେଖି   ଗଲୁ କଳାମାଖି 

      ବୁଝାଇ କହିବୁ ମୋତେ

 କାନ୍ଦୁଛି ହୃଦୟ     ହେଲୁ ତୁ ନିର୍ଦୟ

     କେମିତି ଭୁଲିବି ତୋତେ । ୫।


ଦୂରକୁ ସୁନ୍ଦର   ପର୍ବତ ଶିଖର

    ପାଖକୁ ସୁନ୍ଦର କଇଁ

ଭଗ୍ନୀ ପାଶେ ଭାଇ  ଥିଲେ ସାଥୀହୋଇ

      ଆନନ୍ଦ ଆସିବ ଧାଇଁ ।୬।


କୁହ ହେ ଠାକୁର  କି ଦୋଷ ମୋହର

     କାହିଁକି ହେଲୁ ପଥର

କର ସମାଧାନ    ବୁଝାଇ ତା ମନ

     ଡାକିବେ ତୁମକୁ ନର ।୭।


ଏତିକି ପ୍ରାର୍ଥନା   କର ମୋର ଘେନା

      ଦିଅ ତା ଜୀବନେ ସୁଖ 

ହସିଉଠୁ ତାର    ସୁନାର ସଂସାର

     ନ ଆସୁ ଜୀବନେ ଦୁଃଖ ।୮।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍