STORYMIRROR

Manasmita Parida

Others

3  

Manasmita Parida

Others

ଲୁହ

ଲୁହ

1 min
126

କିଛି ଲୁହ ଝଲସେ ହସରେ

ଗଡି ଆସେ ପୁଣି ସେ

ବହୁ ଅଟକେଇବା ପରେ...

ଚାହେଁନା ମୁଁ କହିବା ପାଇଁ

ମୋ କଷ୍ଟ କେତେ..

କିନ୍ତୁ ଏ ଲୁହତ ଆମାନିଆ

ଝରିପଡ଼େ କେବେ କେବେ....!!!

ଭାବନି ଆକୁ କେବେ ସାମାନ୍ୟ ଲୁହ

ଇଏ ହେଉଛି ମୋ ହୃଦୟର କୋହ

ହୃଦୟର ଯନ୍ତ୍ରଣା ପାରେ ନା କିଏ ମାପି

ଆଖିର ଲୁହ ଦେଇଥାଏ ତାର ସାକ୍ଷୀ ।।

କଷ୍ଟକୁ ଢାଙ୍କିବା ପାଇଁ ...

ଓଠକୁ ହସ ମାଗେ

ଏ ଲୁହ ! ଆଖିରୁ ଦୂରେଇ ଯା ..

କହି ବହୁ କଳି କରେ...

ମୋ ଅନ୍ତରରେ ହେଲେ ପଛେ ହଉ ଲୁହର ବର୍ଷା

ଓଠ ମୋର କହୁ ହସର ଭାଷା....!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍