STORYMIRROR
ଲୁହ
ଲୁହ
ଲୁହ
ଲୁହ
କିଛି ଲୁହ ସାଥୀ
ପୋଛେ ଏ' ପଣତ
କିଛି ଲୁହ ପୁଣି
ମାଟି ପରେ ପଡେ ଝରି ,
କିଛି ଲୁହ ପରା
ପିଇଯାଏ ଓଠ
ଆଉ କିଛି ଲୁୁୁହ
ଆଖି କୋଣେ ଯାଏ ମରି ।
କିଛି ଲୁହ ସାଥୀ
ଦୁଃଖ ଦୂର କରେ
ଆଉ କିଛି ଲୁୁୁହ
ଓଠରେ ଭରଇ ହସ ,
କିଛି ଲୁହ ସାଥୀ
ବଞ୍ଚିବା ପାାଇଁ କି'
ଏଇ ଦୁନିଆଁରେ
ଦିଅଇ ଆତ୍ମବିଶ୍ୱାସ ।
More oriya poem from Gunanidhi Samal
Download StoryMirror App