STORYMIRROR

baishnaba meher

Others

3  

baishnaba meher

Others

ଲୁହ

ଲୁହ

1 min
5.8K


ମନର କୋହରୁ ଜାତ,

ବାରି ଧାରାର କଣିକା ଲୁହ I

ବଞ୍ଚିବାର ପାଥେୟ ଖୋଜୁ ଖୋଜୁ,

ରହିଯାଏ ସ୍ଵପ୍ନ ଅଧା ଅଧା

ପୁଣି

ଜନ୍ମନିଏ

ନର୍କଯନ୍ତ୍ରଣାରେ ଛଟପଟ

ଦୁଃଖାତୁର ଆତ୍ମାଟିଏ l

ସମୟର ଅନ୍ତରାଲେ,

ଅସୁମାରି ଆସା ହଜିଯାଏ l

ବିଳପି ଉଠେ ଭୋକିଳା ପେଟ,

କ୍ଷୁଧାତୁର ମଣିଷଟି

ହା ଅନ୍ନ ହା ଅନ୍ନ କହି

କରୁଥାଏ କେତେ ଚିତ୍କାର I

ଲୁହ ଧାରତକ ମିଶିଯାଏ ମାଟିରେ,

ଆଉ

ବୁଝିଯାଏ ଧପ୍ ଧପ୍ ଜଳୁଥିବା

ସେଇ ଅଛୁଆଁ ଜୀବନ ଶିଖାଟି I


ବୈଷ୍ଣବ ମେହେର

ଗଣ୍ଡାବାହାଲି


Rate this content
Log in