STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଲୁହ

ଲୁହ

1 min
154

ଇଏ ଆଖିର ଝର।


ମନ ଓ ହୃଦୟର 

ସୁଖ ଓ ଦୁଃଖର।


କେତେବେଳେ ବହିପାରେ

କେତେବେଳେ ବି ଶୁଖିପାରେ

ଜୀବନର ଏ ନଈରେ

କଳକଳ ଓ ଛଳଛଳ।


ଲୁହ କେବେ ପିଇଛନ୍ତି?


ଯଦି ନା 

କାଠ ଓ ପାଷାଣ

ଯଦି ହଁ 

ଶାନ୍ତିର କପୋତ।


ପ୍ରେମ ଏକ ଫଲଗୁ

ଗୋଟେ ଦିଗବିଜୟର 

ରାଜା ଅବା ରାଣୀ।


ହେ ଲୁହ !

ଝରିପଡ଼ ଆକାଶର ଗର୍ଭିଣୀ ମେଘ 

ଡହଡ଼ହ ଖରାର ଝାଞ୍ଜି ଅଥବା

ଶରତ ଆକାଶର କାକର ପରି।


ହେ ଲୁହ !

ଲୁହ ହୋଇ ଝରିପଡ଼ 

ପ୍ରେମ ଓ ଈର୍ଷାରେ

ସୁଖ ଓ ଦୁଃଖରେ।



Rate this content
Log in