ଲୁହ ଓ ଲହୁ
ଲୁହ ଓ ଲହୁ
ବ୍ୟସ୍ତତା ମୋ ମନ ଆବୋରି ପକାଏ
ସାରା ସଂସାରଟା ମୋ ନିରବୀ ଯାଏ
ନୟନରେ ତମ ଲୁହ ଦେଖି ,
ସେ ବେଳେ ଏକାକୀ ଭୁଥାଏ ବସି
ପଲକ ମାତ୍ରକେ ଭାସି ଆସ ସଖୀ
ଆମ ପ୍ରେମ ସ୍ମୃତି ସ୍ୱପ୍ନେ ମାଖି ll ୧
ଋତୁ ରାଜ ସଖୀ ଅଛି ମୋର ସାକ୍ଷୀ
ତମ ଆଖି ସହ ମିଶେ ମୋର ଆଖି
ମିଳନ ଘଟିଲା ଯେଉଁ ଦିନ ,
ବେଳ ଅବେଳରେ ବିଷଦେ ପ୍ରଫୁଲ୍ଲେ
ଗଡି ବନି ଲୁହ ମୋ ଆଖି ଆଗରେ
କଥା ଥିଲା କରିଥିଲ ପଣ ll ୨
ଭୁଲିକି ଯାଇଛ ସତ ସତ କୁହ
କଥା କାଟିଦେଇ ଝରାଇଲା ଲୁହ
ସ୍ୱପ୍ନ ରହିତ ଏ ଆଖି ସାମ୍ନେ ,
ଜାଣିନlହଁ କି ଗୋ ମୋର ନିରିମାଖି
ତମ ଆଖି ଲୁହ ଝରି ଗଲେ କିଛି
ଏ ହିଆରୁ ଲହୁ ବହେ ନିମ୍ନେ ll ୩
ଏହି ସବୁ ଦୃଶ୍ୟ ଯିବି ଭୁଲି ବୋଲି
ବିଜନ ବେଳାରେ ଖୁବ ଗୋପନରେ
ସନ୍ଧି ଲଗାଇଛି ପୃଥ୍ଵୀ ସହ ,
ପିଇବନି ସିଏ ଟୋପେ ତମ ଲୁହ
ତୃଷାର୍ତ୍ତ ଚକୋର ମୁଁ ଚାହିଁଛି
ପିଇଯିବି ପ୍ରିୟା ତମ ଲୁହ ll ୪
ସର୍ବଂସହା ମହୀ କଥାତ ଦେଇଛି
ତମ ତିକ୍ତ ଲୁହ ପିଇବନି ବୋଲି
ସାଲିସ କରିଛି ମୋ ସହ ,
ପ୍ରତିବଦଳରେ ମାଗି ବି ନେଇଛି
ମୋ ଆତ୍ମା ବିଲୀନ ଘଟିବ ଯେ ଦିନ
କୋଳେ ନେଇ ଯିବ ଏହି ଦେହ ll ୫
