STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ଲୁହ ଭିଜା ମୁଠାଏ ବାଲି

ଲୁହ ଭିଜା ମୁଠାଏ ବାଲି

1 min
13.9K


ସାଥୀ ଥିଲ , ଥିଲା ସବୁ କିଛି,

ମୁଁ ଅଛି କିନ୍ତୁ କିଛି ନାହିଁ,

ଲେଖ ନିତି ଦି ଧାଡ଼ି,

କୁହ ବି ଭଲପାଅ ବୋଲି,

ଝିଅ ତ ତମେ ନୁହଁ , ଖାଣ୍ଟି କଟକି,

ପ୍ରେମ ବି ନୁହଁ ନାହିଁ ଛଳନା

ନାହିଁ କାୟା କି ଛାୟା

କେମିତି ଡାକିବି କୁହ,

ମୋ ଅନ୍ତର୍ନିହିତ ବିଶ୍ୱାସ

ବିଷ ପିଇ କଣ ଗଢିବି ଶ୍ବଶାନେ ଘର

ସାଜିବି ଅଘୋରି ତାନ୍ତ୍ରିକ

କାଟିବାକୁ ତୁମ ଇନ୍ଦ୍ରଜାଲ,। (୧)

ତମେ ଛାଡି ଚାଲି ଯାଇଥିବା

ସ୍ମୃତିର ବାଲୁକା ଶଯ୍ୟାର ଯେତେସବୁ

ପାଦ ଚିହ୍ନ ମତେ ଫେରି ଚାହିଁ

ତାଛଲ୍ୟଭରା କଣ୍ଠରେ କହୁଛନ୍ତି,

 ତୁ ସିନା ବାନ୍ଧି ଥିଲୁ ତା ସହ ମିଶି

ରୁହାନି ପ୍ରେମର ବାଲିଘର

ସମୟର ଝଡ଼ ଯେ ଧୋଇ ଚାଲିଗଲା ତାକୁ

ଖାଲି ଛାଡି ଗଲା ତୋ ଲାଗି

ଲୁହ ଭିଜା ମୁଠାଏ ବାଲି । (ଶେଷ)

 


Rate this content
Log in