STORYMIRROR

SRIKANTA PRADHAN

Others

3  

SRIKANTA PRADHAN

Others

ଲୁହ ଭିଜା ଚିଠି

ଲୁହ ଭିଜା ଚିଠି

1 min
612


ବିଭାବରୀ ଶେଷେ କାକର ବିନ୍ଦୁରେ

ପଡ଼ିଛି ତପନ ରଶ୍ମି

ଶୁଭକାମନା ମୁଁ ଜଣାଉଛି ପ୍ରିୟା

ଛଳ ଛଳ ନେତ୍ରେ ହସି l


ପ୍ରେମ ସିନା ପ୍ରତୀକ୍ଷିତ ମୁହୂର୍ତ୍ତଟେ

ଥାଏ ଜୀବନର ସ୍ୱାଦ

ବେଳେ ବେଳେ ପୁଣି ଜମାଟ ବାନ୍ଧଇ

ନିଜ ବୟସର ଦାଗ l


ହଁ ନା ମଧ୍ୟରେ ନିଷ୍ପତି ପ୍ରିୟାଗୋ

ନେଇ ହୁଏନାହିଁ କିଛି

ଖେଳେ ଶିହରଣ ସାରା ଅବୟବେ

କହିବା ପୂର୍ବରୁ କିଛି l


ପର ହୋଇଗଲେ ଆତ୍ମୀୟ ସ୍ୱଜନ

ନିଜର ହୋଇଲା ପ୍ରେମ

ଜଳୁଛି ଆଜି ମୁଁ ତୁମ ସ୍ମୃତି ନେଇ

ଜଳଇ ଯେହ୍ନେ ମହମ l


କ୍ଷୀର ନୀର ସମ ସମ୍ପର୍କ ଆମର

ନଥିଲାତ ଭେଦା ଭେଦ

ନୀଳ ଗଗନର ଚାନ୍ଦିନୀ ତୁମେତ

ମୁଯେ ମଳିନ କୁମୁଦ l


ତୁମେ ଅଟ ଯାହା ମୁଁ ନୁହଁଇ ତାହା

ତୁମେସିନା ବଡ଼ଲୋକ

ତୁମ ପ୍ରେମନୀରେ ଅବୁଝା ନଈକୁ

ଚାହିଁ ରହି ପାଏ ଦୁଃଖ l


ଚାଲି ଯାଇ ତୁମେ ଭୁଲିଯିବା ପରେ

ମନେ ପଡୁଅଛ ବେଶି

ମନହୁଏ ମୋତେ ବିନାଦୋଷେ କିଏ ଦେଇଦିଅନ୍ତାକି ଫାଶୀ l


ଲୁହର କାଳିରେ କବିତା ଲେଖୁଛି

ପ୍ରିୟାଗୋ ତୁମର ପାଶେ

ଲୁହ ସାଗରର ଲହରୀ ମଧ୍ୟରେ

ହଜିଯାଏ ଆଜି ଶୋଷେ l


ପ୍ରୀତି ପୁଷ୍ପଡୋର ଛିଣ୍ଡାଇ ମୋହର

ତୁମେ ଗଲ ପ୍ରିୟା ଚାଲି

ମରୀଚିକା ପଛେ ଗୋଡ଼ାଇଲି

ଯାହା ତୁମ ପ୍ରେମଝର ବୋଲି l


ଜୀବନ ପଥରେ ଝୁଣ୍ଟି ପଡ଼ିଲି ମୁଁ

ଆଉ ନପାରିବି ଉଠି 

ପଢିବ ନିଶ୍ଚୟ ପ୍ରିୟତମା ଥରେ

ଲୁହରେ ଲେଖିଛି ଚିଠି l


ମୋ ଲୁହର ମୂଲ ତୁମଠାରୁ ଆଉ

ବେଶି କିଏ ଅବା ଜାଣେ

ଲୁହରେ ଲେଖୁଛି ଚିଠି ପ୍ରୀତିଭରେ

ନିରେଖିବ ନେତ୍ରକୋଣେ l


ହତଭାଗ୍ୟ ଏଇ ପ୍ରେମିକ ପତର

ପଢ଼ିଲେ ହେବି ମୁଁ ଧନ୍ୟ 

ତୁମର ସ୍ମୃତିରେ ଜଳି ଜଳି ମୁଁ ଯେ

ବୁଝେଇ ଦେଇଛି ମନ l


Rate this content
Log in