STORYMIRROR

Sukanti Hotta

Children Stories Others

4  

Sukanti Hotta

Children Stories Others

ଲୁଚକାଳି ଖେଳ

ଲୁଚକାଳି ଖେଳ

1 min
22.8K

ପ୍ରଜାପତିକୁ ଧରିବା ପାଇଁ

ମୁନା ଦଉଡୁଅଛି

ଏ ଫୁଲରୁ ସେ ଫୁଲକୁ

ପ୍ରଜାପତି ଧାଉଁଛି


ପ୍ରକୃତିର ଦାନ ସୌନ୍ଦର୍ଯ୍ୟ ପୂର୍ଣ୍ଣ

ଭାରି ତାରକା ସିଏ

ମନକୁ କିଣି ଫୁଲ ବଗିଚାରେ

ମନକୁ ମୋହୁ ଥାଏ


ଭାରି ଅଝଟ ବୁଝେନି ମୁନା

ପ୍ରଜାପତିରେ ତା ମନ

ଅଭିମାନ କରି ଗଡିପଡୁଛି

ପ୍ରଜାପତିକୁ ଆଣ ।


କୁନିକୁନି ହାତ ବଢ଼ାଇ ଦେଉଛି

ଫୁଲର ମଧ୍ୟକୁ

ଧରା ନଦେଇ ଲୁଚକାଳି ଖେଳେ

ପ୍ରଜାପତି ତାକୁ


ମୁନାର ମାଆ ଦୂରୁ ଦେଖୁଥିଲା

ଅନୁପମ ଦୃଶ୍ୟକୁ

ଫୁଲର ମଧ୍ୟେ ଦୁଇ ରତ୍ନର

ଲୁଚକାଳି ଖେଳକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍