ଲଟର ପଟର
ଲଟର ପଟର
1 min
248
ପିଲା ଦିନେ ଯାହା
ବହି ମୋତେ ଦେଇଥିଲା
ବଡ଼ ହେଲା ପରେ ସେ ସବୁ କାହିଁ ହଜିଗଲା।
ପ୍ରୟାସଟେ କଲି
ବହି ଥାକ ମଧ୍ୟ ପୁଣି ଖୋଜିଲି
କାଳେ ପାଇଯିବି
ଅଳ୍ପକେ ସନ୍ତୁଷ୍ଟ ହେଉଥିଲା ଯେଉଁ ନିଷ୍ପାପ ମନକୁ।
ବିପି ହାଇ
ସୁଗାର ବି ହାଇ
ଥରେ ଷ୍ଟ୍ରୋକ ଗଲାଣି ଛୁଇଁ
ଏବେ ତ ବିନା ଲୁଣ ଚିନିର
ସହରେ ମୋ ଘର।
ଏତେ ବାଟ ଆସିଲି ଅଥଚ
ଖୋଜୁଛି କମ୍
ଭିଜୁଛି ଅଧିକ
ଜୀବନର ଖୁସି ଧାପେ ପାଇଁ!!
ଦେଖୁନ
ଚଷମା ବି ଲୋଡ଼ା ହେଲାଇଁ।।
ଏଠିତ ସଭିଙ୍କ ଗୋଟେ ପରିଚୟ
ଶବ
ଗୋଟିଏ ଠିକଣା ମଶାଣୀ
ହେଲେ କଣ ପାଇଁ
ଦୌଡା
ଟପିବାର ପ୍ରତିଯୋଗିତା
କଅଁଳ ପ୍ରଜାପତି ରକ୍ତରେ
ଲଟର ପଟର!!!
