STORYMIRROR

Narayan chandra Senapati

Others

3  

Narayan chandra Senapati

Others

ଲୋ ଶୀତ ସକାଳ

ଲୋ ଶୀତ ସକାଳ

1 min
381



ଲୋ ଶୀତ ସକାଳ.....

ତୁ ସିନା ହୀରକ ହାରକୁ ବକ୍ଷରେ ଝୁଲାଇ

ମାରୁଥାଉ ଫୁଲେଇ ହସ

ଆମେ କିନ୍ତୁ କାଙ୍କୁଡି ମାଙ୍କୁଡି ହୋଇ ଥରୁଥାଉ

ଆବେଗରେ ସାଥିକରୁ ଉତ୍ତାପକୁ

ଟିକେ ଦେବାକୁ ତ୍ରାସ

ବିଚରା ଗରିବଟା ଶୀତବସ୍ତ୍ର ବିହୁନେ

କମ୍ପୁଥାଏ ନିମ୍ନତାପରେ

ପାଗଳ ପାଗଳି ପ୍ରାୟ କତରା ଲଗା

ଛିଣ୍ଡା ଭୁତୁରା ବସ୍ତ୍ରଥାଏ ତା ଦେହରେ

ଆବେଗରେ ଚାହିଁଥାଏ ଗଗନକୁ

କେବେ ଆସିବ ତା ଭରସାର ତପନ

ବିକୀର୍ଣ୍ଣ କରିବ ସୁନେଲି କିରଣରେ

ଆମ ସର୍ବାଙ୍ଗ ତନୁରେ..।

ଲୋ ଲାଜୁଆ ସକାଳ....

ତୁ ତ ଧନୀକର ସାଥି

ଯିଏ ଶୀତ ତାପ ନିୟନ୍ତ୍ରିତ ଯନ୍ତୃ ରେ

ସଦା ମସଗୁଲ୍ ଥାଏ

ଡନ୍ ଲପ୍ ବେଡରେ

ବାହାରେ ବୁଲୁଥାଏ

ସତେ ଅବା କାଶ୍ମୀରର ଗୁର୍ଖାପରି

ଆଚ୍ଛାଦିତ କରି

ସର୍ବାଗ୍ରେ ଦାମିକା ଶୀତ ବସ୍ତ୍ର

ସାଧାରଣ ବର୍ଗର ମାନବଟା

ତୋ ପାଇଁ ଜାଳିଥାଏ କାଠ ପତରର ବହ୍ନି

ଟିକେ ପୁଇଁ ହେବାକୁ

ଟିକେ ଶେକି ହେବାକୁ

ତା ଶୀତୁଆ ଥରିଲା ଦେହକୁ।

ଲୋ...ଶୀତ ସକାଳ..

କାହିଁକି ତୁ ମାଡି ଆସୁ ବାଘପରି

ଅବା ଏକ ବହୁ୍ରୁପୀ

ବିଚିତ୍ର ବେଶରେ

ପ୍ରକମ୍ପିଦ କରୁ ଆମ ହୃତପିଣ ଫୁସ୍ ଫୁସ୍ କୁ ।

ଥରେ ଅନୁଭବ କର....

ପଉଷ ପରଶେ ବିଚରା ମାଟିର ମଣିଷ କୃଷକଟା

ସଭିଙ୍କ ଜୀବନ ପାଇଁ

ଯେତେବେଳେ

ଶସ୍ୟ କରେ ଅମଳ

ଅନୁଭବୀ ହୋଇ ବୁଝୁ..

ଦୀନ ଦରିଦ୍ରର ଗଞ୍ଜଣା

ଶୋଷିଦେ ଦଳିତ ନିଷ୍ପେସିତଙ୍କ ଯନ୍ତ୍ରଣା

ତୋ ସହ କୋହଲା ପବନ ସାଥି

କର ମିଳିତ ଅଟ୍ଟହାସ୍ୟ

କି ଦୟନୀୟ..କି ଦୁଃଖଦାୟକ..!

ଲୋ.. ଶୀତ ସକାଳ...

ତୁ ସିନା ଶୋଉ ରଜନୀଗନ୍ଧା ଶେଯରେ

ମେଘବର୍ଣ୍ଣି ପ୍ରାସାଦର ଗୋଲ୍ ଗମ୍ବୁଜରେ

ଥରେ ଚାହିଁ ଦେ.. ମାନବ ସମାଜକୁ

ଜୀର୍ଣ୍ଣଶୀର୍ଣ୍ଣ ପ୍ରାୟ ଥରୁଥାଏ

ସତେ ଅବା ବରଫଶେଯରେ..

କିବା କାକର ଗାଲିଚାରେ..।


ନାରାୟଣ ସେନାପତି*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍