ଲୋ ବାଇଚଢ଼େଇ
ଲୋ ବାଇଚଢ଼େଇ
1 min
245
ବାଇଚଢ଼େଇ ଲୋ ବାଇଚଢ଼େଇ
କେବେ ଜିବୁନି ଏକା କରି ଦେଇ
ନିଷ୍ପପି ନିର୍ବୋଦ୍ଧ ଶିଶୁଟେ ମୁହିଁ
ସମୟ କାଟୁଛି ତତେ ଚାହିଁ,ଚାହିଁ
ଆଶା ଦେଇ କେବେ ଯିବୁନି ଉଡି
ବାଇଚଢ଼େଇ ଲୋ ବାଇଚଢ଼େଇ
ତୁହି ଏକା ମୋର ସାହା ଭରଷା
ତୋହରି ପାଇଁ ମୁଁ ଶିଖୁଛି ଭାଷା
କିଚିରି ମିଚିରି ଶବଦେ ତୋର
ହସୁଥାଏ ସଦା ମୋ ମନ ମନ୍ଦିର
ତୋହରି ଭାବରେ ଦେବୁତୁ ବାନ୍ଧି
ତୁହି ମୋର ମାତା ତୁ ମୋ ସମ୍ପତି
ତୁ ଥାଉ ଥାଉ ପାଇବି ମୁଁ ମୁକ୍ତି
ତୁହି ମୋର ଭାବ ତୁ ମୋ ଭକତି
କେବେ ଯିବୁନାହିଁ ମତେ ତୁ ଠକି
ବାଇଚଢ଼େଇ ଲୋ ବାଇଚଢ଼େଇ
କେବେ ଜିବୁନି ଏକା କରି ଦେଇ...।
