STORYMIRROR

Ansuman Swain

Children Stories

3  

Ansuman Swain

Children Stories

ଲୋ ବାଇଚଢ଼େଇ

ଲୋ ବାଇଚଢ଼େଇ

1 min
256

ବାଇଚଢ଼େଇ ଲୋ ବାଇଚଢ଼େଇ

କେବେ ଜିବୁନି ଏକା କରି ଦେଇ

ନିଷ୍ପପି ନିର୍ବୋଦ୍ଧ ଶିଶୁଟେ ମୁହିଁ

ସମୟ କାଟୁଛି ତତେ ଚାହିଁ,ଚାହିଁ

ଆଶା ଦେଇ କେବେ ଯିବୁନି ଉଡି

ବାଇଚଢ଼େଇ ଲୋ ବାଇଚଢ଼େଇ

ତୁହି ଏକା ମୋର ସାହା ଭରଷା

ତୋହରି ପାଇଁ ମୁଁ ଶିଖୁଛି ଭାଷା

କିଚିରି ମିଚିରି ଶବଦେ ତୋର

ହସୁଥାଏ ସଦା ମୋ ମନ ମନ୍ଦିର

ତୋହରି ଭାବରେ ଦେବୁତୁ ବାନ୍ଧି

ତୁହି ମୋର ମାତା ତୁ ମୋ ସମ୍ପତି

ତୁ ଥାଉ ଥାଉ ପାଇବି ମୁଁ ମୁକ୍ତି

ତୁହି ମୋର ଭାବ ତୁ ମୋ ଭକତି

କେବେ ଯିବୁନାହିଁ ମତେ ତୁ ଠକି

ବାଇଚଢ଼େଇ ଲୋ ବାଇଚଢ଼େଇ

କେବେ ଜିବୁନି ଏକା କରି ଦେଇ...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍