ଲଣ୍ଠନ
ଲଣ୍ଠନ
![](https://cdn.storymirror.com/static/1pximage.jpeg)
1 min
![](https://cdn.storymirror.com/static/1pximage.jpeg)
102
ମୁଁ ଲଣ୍ଠନ
ଜିଣି ପାରିଲିନି ବୋଧେ କାହାରିି ମନ
ମୋ ଦୁଃଖ ସୁଖ
ଜଳି ଜଳି ଆଲୋକ କରେେ
ରାତି ଦିନ ।
ମୋ ମନ
ଇଚ୍ଛା ହୁଏ ତୁମ ପାର୍ଶ୍ଵ ରହିିବା
ମୋ କାମ
ବିଜୁଳି ଗଲେ ଆଲୋକିତ କରିବା ।
ମୁଁ ଲଣ୍ଠନ
ମୋତେ ନ ପକାଅ ମନେ ସବୁଦିନେ
ମୋ କର୍ତ୍ତଵ୍ୟ
ନିଜେ ଜଳିବା,
ଅନ୍ୟକୁ ଦେବା ସାହା ପ୍ରଦାନ ।
ମୁଁ ଲଣ୍ଠନ
ମୋ ଇତିିିହାସ
ଅତୀତ ବର୍ତ୍ତମାନ ଭବିଷ୍ୟ,
କାଳେ କାଳେ ସବୁ ରହିବେ
ମୋ ପାଖେ ନମସ୍ୟ ।
ମୋତେ ଭୁଲି ଗଲେ ବି ତୁମେ
ମୁଁ ମନେ ରହିିିବି
ତୁମ ହୃଦେ ମର୍ମେ ମର୍ମେ ।