ଲଙ୍କା ଲୁଣର ସଂସାର
ଲଙ୍କା ଲୁଣର ସଂସାର
1 min
11.7K
ଲଙ୍କା ଲୁଣର ସଂସାର
ଥାଉ ଯେତେ ଯେତେ
ପ୍ରକାରର ମସଲା ଭଲେ,
ବିନା ଲଙ୍କା ଲୁଣେ
ତିଅଣରେ କି ସୁଆଦ ମିଳେ l
ପରିବାରରେ ଖୁସି
ଖୋଜିବ ଯେବେ
ଲଙ୍କା ପରି ପିଲାଙ୍କୁ
ତାଗିଦ କରିବ ତେବେ,
ସୁଖ, ଶାନ୍ତି ସବୁ
ଆପେ ଆସିବ
ଲୁଣ ପରି ଯଦି
ତାଙ୍କୁ ଭଲ ପାଇବ l
ଅନ୍ୟ ମସଲାଙ୍କ
ପରି ରାଗ ରୁଷ ବି
ସାଥିରେ ଥିବ,
ଲଙ୍କା ଲୁଣର ଏ
ସଂସାର ଆମ
ହସଖୁସିରେ ପୂରି ଉଠିବ l
