STORYMIRROR

Madhabi Patel

Others

3  

Madhabi Patel

Others

ଲଳନା

ଲଳନା

1 min
143


କେବେ ଧୂଆଁପରି କୁହୁଳେ

କେବେ ବରଫ ପରି ତରଳେ।


କେବେ ନଦୀପରି ସ୍ରୋତସ୍ଵିନି

କେବେ ବାୟୁପରି ଅଭିମାନୀ।


କେବେ ଆକାଶ ପରି ନିର୍ମଳ

କେବେ ଫୁଲ ପରି କୋମଳ।


କେବେ ଝରଣା ପରି ଛଳଛଳ

କେବେ ଗଭୀର ସାଗର ଜଳ।


କେବେ ଉଡନ୍ତା ଏକ ପ୍ରଜାପତି

କେବେ ବର୍ଷା ତ କେବେ ତାତି।


କେବେ ପ୍ରେମ ତ କେବେ ପ୍ରୀତି

କେବେ ମହ୍ଲାର ତ କେବେ ଗୀତି।


କେବେ ପ୍ରବାହ ତ କେବେ ଝର

କେବେ ଶାନ୍ତ ତ କେବେ ଅସ୍ଥିର।


କେବେ ମଉନ କେବେ ପ୍ରଗଲ୍ଭ

କେବେ ହିଂସ୍ର ତ କେବେ ସରଳ।


କେବେ ଦୟା କେବେ କରୁଣା

କେବେ ମମତା ଲୁହ ଝରଣା।


କେବେ ସଳିତା କେବେ ରୋଷଣୀ

କେବେ କବିତା କେବେ କାହାଣୀ।


କେବେ ନିରୀହା କେବେ ପ୍ରେରଣା

କେବେ ଶକ୍ତି କେବେ ଅନ୍ନପୂର୍ଣା।


ଅନେକରୂପ ନାହିଁ ତା ର ତୁଳନା

ମାଁ କନ୍ୟା ଭଗିନୀ ଜାୟା ନାଁ ଯାର ଳଳନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍