STORYMIRROR

Ansuman Swain

Others

4  

Ansuman Swain

Others

ଲଲାଟ ଲିଖନ

ଲଲାଟ ଲିଖନ

1 min
380

ଲେଖାଅଛି ଯାହା ଲଲାଟ କାନ୍ଥରେ

   ତାକୁ କେ କରିବ ଆନ

ଘଟିଛି ଘଟିବ ଭବିତବ୍ୟ ଯାହା

    ଭାଙ୍ଗି ସବୁ ଅଭିମାନ ll


ଜାତ ହେଲେ ନିଶ୍ଚେ ମରଣ ହିଁ ଧ୍ରୁବ

   ଏହା ହିଁ ବିଧି ବିଚାର

ବାପ ଥାଉ ଥାଉ ପୁଅ ଟଳିପଡେ

   ନାହିଁ କିଛି ପ୍ରତିକାର ll


 ଚଉଦ ବରଷ ବନବାସ ଗଲେ

  ପୁରୁଷୋତ୍ତମ ଶ୍ରୀରାମ

ରାତି ପାହିଥିଲେ ରାଜା ହୋଇଥାନ୍ତେ

  ଛାଡିଲେ ଅଯୋଧ୍ୟା ଧାମ ll


ଲେଖାଥିଲା ପୁଣି ପାଣ୍ଡବଙ୍କ ହସ୍ତେ

  କୌରବ ହୋଇବେ ହତ

 ଧ୍ଵସଂ ହୋଇଗଲା ଧ୍ରୁତରାଷ୍ଟ୍ର ପଣ

   ଏହା ହିଁ ମହାଭାରତ ll


ଦ୍ଵାପର ଯୁଗରେ ପାଞ୍ଚିଥିଲା କଂସ

   ମଞ୍ଚାରୁ ଠେଲିବ କୃଷ୍ଣ

ଆପଣା ଫନ୍ଦାରେ ନିଜେ ଗଲା ଫସି

   ଅହଂକାର ହେଲା କ୍ଷୁର୍ଣ୍ଣ ll


ପତ୍ନୀ ପୁତ୍ର ବିକି ହରିଶ୍ଚନ୍ଦ୍ର ରାଜା

  ଜଗିଲେ ଶ୍ମଶାନ ଘାଟ

ଘୋଡା ପାଇଁ ଘାସ କାଟିଥିଲେ ନଳ

  ହୋଇ ଜଣେ ବି ସମ୍ରାଟ ll


କାଳ ବହିଯାଏ ଆପଣା ବାଟରେ

  କାହାକୁ ନାହିଁ ଅପେକ୍ଷା

ଜଗତର ନାଥ ପ୍ରଭୁ ଜଗନ୍ନାଥ

   ସଭିଙ୍କୁ କରନ୍ତୁ ରକ୍ଷା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍