Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

3  

Prasanna Kumar Madala

Others

ଲକ୍ଷ୍ୟଭେଦ

ଲକ୍ଷ୍ୟଭେଦ

1 min
103



ଲକ୍ଷ୍ୟଭେଦ କରି   ଯିବ ପଛେ ସରି

ତୂଣୀରରୁ ମୋର ଶର

ହାରିବାର ଅର୍ଥ    ହେବନାହିଁ ବ୍ୟର୍ଥ

ପୁନଶ୍ଚ ଧନୁଷ ଧର ।

ନିରାଶା ଅତୀବ     ସର୍ବଦା ନଥିବ

ପାହିବ ଅନ୍ଧାର ରାତି

ଭାଗ୍ୟ ହେଲେ ଉଦେ ଜୀବନର ଯୁଦ୍ଧେ

ଲଭିବ ବିଜୟ ଖ୍ୟାତି ।


ଜୀବନ ଏ ନାହିଁ     ଟଳିଯିବା ଚାହିଁ

ପରାଜୟେ ନୋହୁ ଭ୍ରମ

ସ୍ଥିର ଥାଅ ତୁମେ    ଲଢ଼ି ରଣଭୂମେ

ଭୁଲନି ନିୟମ ଯମ ।

ହାରିବାର ଭୟ    ଦେଇଛିକି ଜୟ

ଦୁର୍ଗମ ସଂସାର ବାଟେ

କହ କିବା ଜାଣି   ଦେଖିଲେ ମଶାଣି

ଭୟରେ ମୂର୍ଦ୍ଧନା ଫାଟେ ?


ଜୀବନର ବତି     ପ୍ରଭାହୀନ ଅତି

ଇନ୍ଧନ ହୁଅନ୍ତେ ଶେଷ

ନିଃଶ୍ବାସର ବାତେ ଲିଭେ ସାଥେସାଥେ

ଅନ୍ୟଥା ନୁହଁଇ ଲେଶ ।

ନିଜ ଗର୍ଭେ ଚାହିଁ   ଲିଭେ କିଏ କାହିଁ

ଊର୍ଦ୍ଧ୍ବକୁ ଯାହାର ଲକ୍ଷ୍ୟ

ତଳେ ଥିବା ଛାଇ    ଭୁଲି ଜଳୁଥାଇ

ତତାଇ ଆପଣା ବକ୍ଷ ।


ଯୁଝିବାର ଧର୍ମ   ବୀର ଯୋଦ୍ଧା କର୍ମ

ସହଜେ ନଯିବା ହାରି

ବିଫଳତା ଥିଲେ   ସଫଳତା ମିଳେ

ସମସ୍ୟା ହେଲେ ବି ଭାରି ।



Rate this content
Log in