STORYMIRROR

BHABAGRAHI TRIPATHY

Others

4  

BHABAGRAHI TRIPATHY

Others

ଲକ୍ଷ୍ୟ

ଲକ୍ଷ୍ୟ

1 min
334


ମଣିଷ ଜୀବନ 

     ଦୁର୍ଲ୍ଲଭ ଜନମ

        ଭବରଙ୍ଗ ଭୂମି ତଳେ

ଲକ୍ଷ୍ୟହୀନ ଜୀବନ 

     ଜୀବନ ନୁହଁଇ

        ବଞ୍ଚିବାକୁ ଧରା ତଳେ ।

ଲକ୍ଷ୍ୟ ହୀନ ପ୍ରାଣୀ

    ଇତସ୍ତତଃ ହୁଏ

       ପାଏ ନାହିଁ ରାହା ସାହା

ଲକ୍ଷ୍ୟ ଏକ ହେଲେ

    ସଫଳତା ମିଳେ

       ମିଳିଥାଏ ବାହା ବାହା ।

ଲକ୍ଷ୍ୟ ବିନା କେବେ

    ସିଦ୍ଧି ମିଳେନା

      ଦିଗ ହରା ହୋଇ ଥିଲେ

ଜୀବନର ଲକ୍ଷ୍ୟ

    ପୂର୍ଣ୍ଣ ହୋଇବ

      ଉଚିତ ମାର୍ଗରେ ଥିଲେ ।

ସୁନିଶ୍ଚିତ ଲକ୍ଷ୍ୟ 

    କଢାଏଟି ପଥ

      ମନେ ବିଶ୍ୱାସ ଭରି ଦିଏ

ଅନିଶ୍ଚିତ ଲକ୍ଷ୍ୟ 

    ଜୀବନ ମାର୍ଗକୁ

      ନର୍କ ସମ କରି ଦିଏ ।

ଲକ୍ଷ୍ୟ ହୀନ ମାର୍ଗ

    ଦିଗହରା କାର୍ଯ୍ୟ

      ଦେଇ ଥାଏ ସଦା ଦୁଃଖ

ଲକ୍ଷ୍ୟ ପଥେ ସଦା

    ଯାତ୍ରା କରିଲେ

      ଭରି ଭରି ମିଳେ ସୁଖ ।

ଚାଲିବାକୁ ଅଛି

     ପଥ ବହୁଦୂର

     ଚାଲୁ ଅଛି  ଚାଲୁ  ଥିବି

ଲକ୍ଷ୍ୟ ତ ମୋହର

    ସୁଦୂର ବିସ୍ତାରି

    ଥକି କେବେ ନ ପଡ଼ିବି ।

ଜୀବନର ଲକ୍ଷ୍ୟ

   ହେଉ ମୋ ନିର୍ବାଣ 

      ଏତିକି ସୁଦୟା ହେଉ

ହରେ କୃଷ୍ଣ ନାମ

    ହରେ ହରେ ରାମ

       ତୁଣ୍ଡରେ ସଦା ମୋ ଥାଉ ।।



Rate this content
Log in