STORYMIRROR

Biswanath Nayak

Others

4  

Biswanath Nayak

Others

ଲକ୍ଷ୍ୟ

ଲକ୍ଷ୍ୟ

1 min
475


ମଉଳି ଝଡ଼ିବା ପାଇଁ

ତରୁରେ ଫୁଟେନା ଫୁଲ

ଫୁଟେ ସିଏ ବାଣ୍ଟିବାକୁ

ଦୁନିଆରେ ସଭିଙ୍କୁ ସୁବାସ,


         ବହି ଯାଏନା ନିମ୍ନଗା

         ସାଗରେ ମିଶିବା ପାଇଁ

          ଲକ୍ଷ୍ୟ ତା'ର ଭରିବାକୁ

          ତୃଷାର୍ତ୍ତର ହାତର କଳସ।  


ବୃକ୍ଷରେ ଫଳେନା ଫଳ

ଝଡ଼ିବା ପାଇଁ ଧରାରେ

ଇଚ୍ଛା ତା' ମେଣ୍ଟାଇବାକୁ

ବୁଭୁକ୍ଷୁର ଉଦରର କ୍ଷୁଧା,


         ପୂରୁବେ ଉଏଁନା ରବି

         ପଶ୍ଚିମେ ବୁଡିବା ପାଇଁ

         ଲକ୍ଷ୍ୟ ତା' ବିତରିବାକୁ

         ଦୁନିଆରେ ଜୀବନର ସୁଧା।  


ନଉକା ଭାସେନା ଖାଲି

ସେକୂଳ ଛୁଇଁବା ପାଇଁ

ଚାହେଁ ସିଏ କରିବାକୁ

ପଝାରି କୁ ସ୍ରୋତସ୍ଵିନୀ ପାର,


         ଜଳେନା ଦୀପାଳି କେବେ

         ଲିଭି ଯିବାପାଇଁ ଖାଲି

         ଲକ୍ଷ୍ୟ ତା' ଦୂରେଇବାକୁ

         ଦୁନିଆର ଅମା ଅନ୍ଧକାର।  


କବି ଲେଖେନା କବିତା

ପାଇବା ପାଇଁ ସମ୍ମାନ

ଲେଖେ ସିଏ ସମାଜରୁ

ଦୂର କରିବାକୁ କୁସଂସ୍କାର,


          ଶିକ୍ଷକ ଦିଏନା ଶିକ୍ଷା

          ପାଇବା ପାଇଁ ପାଉଣା

          ଲକ୍ଷ୍ୟ ତା'ର କରିବାକୁ

          ଅଜ୍ଞାନତା ଅନ୍ଧକାର ଦୂର। 


ମରିବା ପାଇଁ ମଣିଷ

ଜନମ ନୁହେଁ ମହୀରେ

ଜନମ ତା' କରିବାକୁ

ଦୁନିଆରେ ପର ଉପକାର,


           ନିଜ ସ୍ଵାର୍ଥ ପାଇଁ ଖାଲି

           ମରିବା ପାଇଁ ବଞ୍ଚିଲେ

           ଜୀବନଟା ଅକାରଣ

           ଧରଣୀରେ ଜନମ ଅସାର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍