STORYMIRROR

Satyajit Swain

Others

3  

Satyajit Swain

Others

*ଲକ୍ଷ୍ୟ ସ୍ଥଳ*

*ଲକ୍ଷ୍ୟ ସ୍ଥଳ*

1 min
223

ଗୋଟିଏ ଦିନରେ ସପନକୁ ପୁରା

ପାରିବେନି କେହି କରି

ନିଜ ଲକ୍ଷ୍ୟ ପଥେ ଆଗେଇଯା ତୁହି,

ନିଜ ମନ ଦୃଢ଼ କରି ||


ଅନେକଥର ତୁ' ପଡ଼ିବୁ ଉଠିବୁ

ଦେଖିବୁ ତୁ' ବିଫଳତା

ସହଜରେ କେବେ ହାର ମାନିବୁନି,

ନୁଆଁଇବୁନାହିଁ ମଥା ||


ଠେକୁଆ ନହୋଇ କଇଁଛ ପରି

କରିବୁ ଲକ୍ଷ୍ୟର ପିଛା

ତାହେଲେ ଯାଇ ତୁ' ସଫଳ ହୋଇବୁ,

ପୁରା ହେବ ତୋର ଇଚ୍ଛା ||


ଏକାଥରେ କେହି ଉପର ପାହାଚେ

ପାରେନାହିଁ କେବେ ଚଢ଼ି

ପହଁଞ୍ଚିବା ପାଇଁ ଲକ୍ଷ୍ୟ ସ୍ଥଳେ ତାର,

ଥିରି ଥିରି ଯାଏ ବଢ଼ି ||


ସତ୍ୟଜିତ ସ୍ୱାଇଁ

ଅଡ଼ଶପୁର, କଟକ




Rate this content
Log in