Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Others

3  

Sukadev Mahanta

Others

ଲକ୍ଷ୍ମଣ ରେଖା

ଲକ୍ଷ୍ମଣ ରେଖା

1 min
160



ଆଖିରେ ଭରିଛି    ଆଖିଏ ସପନ

    ଇସାରା ଦେଉଛି କହି

ପ୍ରଥମ ଦେଖାର   ପ୍ରଥମ ପ୍ରେମର

    ସମସ୍ତ ଲକ୍ଷଣ ଦେଇ ।।


ଛାତି ଅଣଦେଖା    କରଇ ରାତିକୁ

     ଛୁଇଁବାକୁ ମନା କରି

କହିବା କଥାକୁ   କୁହେଇ ଦିଏନି

    ଦୂରେଇ ରହୁଛି ଡରି ।।


ହୃଦୟ ଜଳୁଛି   ବିରହ ଅଗ୍ନିରେ

  କୋହ ପରେ ଉଠେ କୋହ

ଗୁମରି ଗୁମୁରି  କାନ୍ଦଇ ସପନ

   ଆଖିରେ ଆଖିଏ ଲୁହ ||


ନାଲି ଗୋଲାପଟା  ମଉଳି ଯାଉଛି

   ମନେ ଖରା ଡହ ଡହ

ସଭିଏଁ ଯାଆନ୍ତି  ଏକା କରି ଦେଇ

   ରହେ ସାଥୀ ଆଖି ଲୁହ||


ଆଶା ମରିଯାଏ    ଆତ୍ମହତ୍ୟା କରି

     ଭାବନା କାନ୍ଧାଏ ଶବ

ହାଟର ସଉଦା    ବାଟରେ ହଜଇ

     ଚୋରୀ ହୋଇଯାଏ ନିଦ ।।


ରାହା ଖୋଜୁ ଖୋଜୁ   ସାହା ହଜିଯାଏ

     ସମୟ ରହଇ ଏକା

ନିଶ୍ବାସ ଚାଲଇ     ବିଶ୍ଵାସକୁ ନେଇ

     ଆଗରେ ଲକ୍ଷ୍ମଣ ରେଖା ।।


ବାଏ ଶୁଭୁଥାଏ    ହାଏ ଲୁଚିଯାଏ

     ଧୀରେ ଧୀରେ ପବନରେ

ଲକ୍ଷ୍ମଣ ରେଖା ମୋ   ଦୁଃଖ ହେଇଯାଏ

    ଡେଇଁ ହୋଇଯିବା ଡରେ ||



Rate this content
Log in