STORYMIRROR

Santosh Samal

Others

3  

Santosh Samal

Others

ଲିପ୍ସାରାଣୀର ଭିଜା ଓଢ଼ଣୀ

ଲିପ୍ସାରାଣୀର ଭିଜା ଓଢ଼ଣୀ

1 min
157

ଲିପ୍ସା ରାଣୀର ଭିଜା ଓଢ଼ଣୀ

ପ୍ରଥମ ଛୁଆଁ କୁ ସ୍ଵାଗତ କଲା ଏ' ଧରଣୀ

ଝିପି.. ଝିପି କରି ପଡିଲା ପାଣି

ହୀରା,ମୋତି ଠାରୁ ଆହୁରି ସୁନ୍ଦର

ହସ ତ' ମୁକ୍ତାମଣି

ଲିପ୍ସାରାଣୀର ଭିଜା ଓଢ଼ଣୀ  ।


ଦୂର ଆକାଶେ ଦେଖି କଳାମେଘ

ଵେଙ୍ଗ,ଵେଙ୍ଗୁଲି ଙ୍କ ଦେଖିଵ କି ଵାଗ

ଵର୍ଷା ଲାଗିଚି ଦିନ ତମାନ

ମେଘ ଘୋଟି ଆସେ କରି ଘନ..ଘନ ।।


ଵିଜୁଳି ଵର୍ଷା ଗଲେ ମିଶି

ସୁନ୍ଦରୀ ଆଖିରୁ ନିଦ ଯାଉଚି ଖସି

ଘଡ଼,ଘଡି କରି ଗରଜେ ମେଘ

ନରମ ମନରେ କି' ରାଗ   ।।।


ଝିପି.. ଝିପି ଵର୍ଷା ଯାଇଛି ଛାଡି

ରଙ୍ଗ ଵେରଙ୍ଗର ପକ୍ଷୀ ଯାଆନ୍ତି ଉଡି

ଇନ୍ଦ୍ରଧନୁ ସାତରଙ୍ଗ ଆକାଶେ ଦେଇଚି ଟାଣି

ଲିପ୍ସାରାଣୀର ଭିଜା ଓଢ଼ଣୀ  ।।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍