STORYMIRROR

pratap nayak

Others

3  

pratap nayak

Others

ଲୀଳାମୟ

ଲୀଳାମୟ

1 min
14K


ଦଧିନଉତିରୁ ଖସିଲା ପଥର

ନୀଳଚକ୍ରେ ବସିଲାଣି ଚିଲ

ଗର୍ଭ ଗୃହ ଚାବି ହଜିଲାଣି

ରୋକଠୋକ ମନାକଲେ

ଦାବି ପୂରଣ ନହେଲେ

ସେବାୟତ କରିବେନି ସେବା

ଛତିସା ନିଯୋଗ ବୈଠକରେ

ହେଇଛି ପାରିତ.....

ନେତାଙ୍କର ଅହେତୁକ ହସ୍ତଖେପ

କିଏ ଶୁଣୁଛି ଠାକୁର ରାଜା କିବା

ଶଂକରାଚାର୍ଯ୍ୟଙ୍କ ହିତ ଉପଦେଶ

କୋଟି କୋଟି ଭକ୍ତଙ୍କର ଦାୟ

ସବୁ ତୋରି ଲୀଳା ପ୍ରଭୁ

ହେ ବଳିଆରଭୂଜ ଦେବକି ନନ୍ଦନ

ତୋ ଇଚ୍ଛା ପୂର୍ଣ୍ଣ ହେଉ ଆହେ ମହାବହୁ

ତୋ ମାନ ତୁ ରଖ

ସମସ୍ତେ ତ ତୋରି ସନ୍ତାନ

ଏତିକି କଥାରେ ମୋରରେ କାଳିଆ

ଅନ୍ୟରେ କିବା ପ୍ରୟୋଜନ

ବାହାରିଲୁ ଘୋଷଯାତେ ଭାଇ ଭଉଣୀ ସଂଗତେ

କିମିଆ କଲୁ କି ସର୍ବେ

ନକରି ଅଝଟ ....ନହେଲା ବିଭ୍ରାଟ

ଦରଶନେ ହେଲେ ବିମୋହିତ ପତିତ ପାମର

ଭରିଦେଲୁ ହସ ଖୁସି ଭରା ଶ୍ରାବଣରେ...

ସଭିଂକ ପ୍ରାଣରେ ....ମନରେ....


Rate this content
Log in