STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଲୀଳାମୟ ପ୍ରଭୁ

ଲୀଳାମୟ ପ୍ରଭୁ

1 min
13.9K


ଲୀଳାମୟ ଲୀଳା ପ୍ରଭୁ ହେ

ଲୀଳା କରୁଛ କାହିଁ

ଲୀଳାମୟ ବୋଲି ଠାକୁର

ହୁଏ ସଂସାର ବାଇ

ଲୀଳା ଖେଳା ଯେତେ ଏଇଠି

କିଏ ପାରୁଛି ଦେଖି

ଆସିଲେ ବିଷମ ସଂକଟ

ଭକ୍ତ ହୁଏ ଉପେକ୍ଷି

ମହୀରେ ମନୁଷ୍ୟ ମାତର

ଆଖି ନପାଏ ତାର

କେତେ ଶୋଭା ତୋର ଶିରୀରେ

ମଣ୍ଡେ ଭୂଷଣ ଭାର

ବେଶ ପରେ ବେଶ ତୋହର

ସତେ ମାୟା ଆବେଶ

ନୟନ ପୁରାଇ ଦେଖୁଛୁ

ମୋହ ଯିବକି ନାଶ

ବଡ ବୋଲି ବଡ ଦେଉଳ

ତୋର କରିଛୁ ଘର

ଚକା ଆଖି ତୋର ଦେଖୁଛି

କାନ କରି ବଧିର

ଦେବତା ନରଏ ଆସନ୍ତି

ତୋର ହୁଏ ଗହଳ

ବାସନା କରନ୍ତି ବାସନ୍ଦ

ପାଇ ତୋହର ବଳ

ଯା’ ହୃଦ ବାସନା ରହିତ

ତାର ପୁରଇ ଚିତ୍ତ

ବାସନା ବସିଲେ ମନରେ

ଦୂରେ ରହୁଛୁ ସ୍ଥିତ

କେତେ ପରୀକ୍ଷାରେ ଟାଣୁଛୁ

ଭକ୍ତ ଜନଙ୍କୁ ତୋର

ପାଇବେ ବୋଲି ତୋ କରୁଣା

ଧାଇଁ ଆସନ୍ତି କ୍ଷେତ୍ର

ଆସିଲାଣି ବେଳ ମହୀରେ

ତୋର ରୂପକୁ ଦେଖା

ପାପ ନାଶି ଧର୍ମ ସ୍ଥାପିଲେ

ତୋର ଉଡିବ ଧ୍ଵଜା ।

ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍