STORYMIRROR

Sabita Nayak

Others

4  

Sabita Nayak

Others

ଲୀଳାମୟ କୃଷ୍ଣ

ଲୀଳାମୟ କୃଷ୍ଣ

1 min
257

ହେ ଲୀଳାମୟ ପ୍ରେମମୟ କୃଷ୍ଣ 

ମୁଁ ତୁମକୁ ସ୍ପଷ୍ଟ ଦେଖିପାରୁଛି

ନୀଳ ଆକାଶର ବିଶାଳ ନୀଳିମାରେ 

ତୁମର ବିଶାଳତାକୁ 

ଅନୁଭବ କରିପାରୁଛି ।


ତୁମ କଥା ମୁଁ ଶୁଣିପାରୁଛି

ପାରାମାନେ ଯେତେବେଳେ 

ଖୁଦ ଖୁଣ୍ଟି ଖୁଣ୍ଟି

ଗୁମୁରି ଗୁମୁରି ହୋଇ ଖାଆନ୍ତି

ଚଢେଇମାନେ ଯେତେବେଳେ 

କିଚିରି ମିଚିରି ହୋଇ 

ଖୁସିରେ ଉଡିବୁଲନ୍ତି

କୋଇଲି ଯେତେବେଳେ କୁହୁ କୁହୁ ଗାଏ 

ତୁମର ବଂଶୀର ସ୍ୱର ମୁଁ ସ୍ପଷ୍ଟ ଶୁଣିପାରେ


ମୋ ହୃଦୟରେ ବାରମ୍ବାର ପ୍ରତିଧ୍ୱନିତ 

ତୁମ ବଂଶୀର ସପ୍ତସ୍ୱର 

ମୋତେ ଖାଲି ଶୁଣାଯାଏ 

ରାଧା ରାଧା କୃଷ୍ଣ କୃଷ୍ଣ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍