STORYMIRROR

Chittaranjan Nanda

Others

3  

Chittaranjan Nanda

Others

ଲୀଳାମୟ ଈଶ୍ୱର

ଲୀଳାମୟ ଈଶ୍ୱର

1 min
195

ହେ ଈଶ୍ୱର, ତୁମେ ଅଦୃଶ୍ୟ, ଏକ, କୋଟି 

କୋଟି ନାମେ ମୁଁ ଡାକଇ

କୋରାନ, ବାଇବେଲ, ଗୀତା ଓ ଭାଗବତ 

ବାଣୀ ତତ୍ତ୍ୱ ଗାଇ ଗାଇ


ଡାକିଛି ହେ ପତିତପାବନ, ଭାବିଛି ତୁମକୁ 

ଜଗତର ନାଥ ମୁକ୍ତି ଦାତା

ସଂସାରେ ମାନବର ପ୍ରାଣେ ଜାଗି ଉଠୁ ନିତ୍ୟ 

ମନୁଷତ୍ୱ ହେ ମୋ ଦେବତା


ଅଜ୍ଞାନେ ଜ୍ଞାନ ଦେଇ ଦୂର କରାଅ କ୍ରୋଧ, 

ହିଂସା ଓ ଲୋଭ ମାନବ ଅନ୍ତରେ

ତୁମେ ପରା କୃପାସିନ୍ଧୁ, ପ୍ରେମ ବନ୍ଧୁ ଭାବ 

ଦିଅ ବୁହାଇ ଏହି ସୃଷ୍ଟିରେ


ହେ ଲୀଳାମୟ ହରି, ତୁମେ ପାଉଛ କି ସୁଖ 

କିଛିଂକୁ ହସାଇ କିଛିଂକୁ କନ୍ଦାଇ

କିଆଁ ବିଶ୍ୱାସରେ ବିଷ ଦେଉ ଭରି, ତାହାର 

ଦୁଃଖ ନଶୁଣି ଯିଏ ନିତ୍ୟ ପୂଜଇ 


ନିର୍ଦ୍ଧନ କରିଲ, ଯାତନା ଭରିଲ, ଗରିବର

ନ୍ୟାୟୋଚିତ ଅଧିକାର ଛଡ଼ାଇ 

କେତେଦିନ, ନିଶି ଦିବା କାନ୍ଦିକାନ୍ଦି ଖୋଜିବ 

ନିରାପତ୍ତା ତୁମ ନାମ ନେଇ ନେଇ


କରୋନା ସଂକ୍ରମଣେ ବିଶ୍ୱରେ ମୃତ୍ୟୁ ବ୍ୟାପିଛି,

ରୋଜଗାର ହୋଇଲାଣି ହ୍ରାସ

ସଂକଟ ସମୟେ, ମନ ମଧ୍ୟେ ହତାଶ ଓ ନିରାଶ,

ସଂସାରକୁ କରି ନାଶ, କି ପାଇବ ଯଶ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍