STORYMIRROR

Dr. Shiba Prasad Tripathy

Others

5.0  

Dr. Shiba Prasad Tripathy

Others

ଲିଭି ଯାଉଥିବା ସଂବିତ ଠିକଣା

ଲିଭି ଯାଉଥିବା ସଂବିତ ଠିକଣା

1 min
14.3K


ଏବେ ତୁମେ ସହର ଭିତର

କେଉଁ ଏକ ଗଳିରେ ଦାଢେ

ଭାବୁଥିବ ଡହ ଡହ ଖରାରେ

ନିଜ କଥା ।।

ଏକା କଥା

ମୋ' କଥା ତୁମ କଥା

ଅନୁଭବ କରୁଥିବ କୁଆଡେ

ଏଇ ଋତୁରେ ଗାଁ କଥା ,

ଶୁଖିଲା ନଈ ବାଲିଙ୍କର

ଦିନ ଦୁଇ ଘଡିରେ

ଫାଙ୍କା କଥା,

ହାଇ ମାରୁଥିବା ଉଇ ହୁଙ୍କାରେ

କୃଷ୍ଣଚୂଡା ଛାଇ କଥା ,

ଗୋପ ଦାଣ୍ଡରେ

ଗୋପାଳିଆ ମାନଙ୍କ ଖୋଳପା ଛଡା

ଟାଙ୍କୁଆ କଥା,

ବଉଳ ମାନଙ୍କ ଓଠ ଫାଙ୍କ ସବୁ

ଶୁଖିଲା ଶୁଖିଲା

ଛାଡି ଯାଇଥିବା କସ୍ତା ଲୁଗା

ରଂଗ କଥା ।।

ଏକା କଥା

ଗାଁ କଥା- ସହର କଥା

ଯାତ୍ରୀ ମାନଙ୍କ ନିତି ଦିନିଆ ଠେଲା ପେଲା

କ୍ୟାଣ୍ଟନ ସହର କଥା ,

ଏଇ ଋତୁର ଗହଳି ଭିତରେ

କେମିତି ସତେ ବୋର କରନ୍ତି

ଯିବା ଆସିବା ରାସ୍ତାରେ

ବମ୍ଫର ଗୁଡାଙ୍କ କଥା ।।

ଏକା କଥା

ମୋ' କଥା- ସହର କଥା

ଏଇ ଋତୁର ରଂଗ କଥା

ଏକା ଏକା ସମସ୍ତେ

ଖାଁ ଖାଁ ସାରା ଦି' ପହରଟାରେ

ଖୋଜୁଛନ୍ତି ନିଜକୁ ନିଜେ

ଲିଭି ଯାଉଥିବା ସଂବିତ ଠିକଣା ଭିତରେ

ନିଜକଥା ।।

ଡଃ ଶିବ ପ୍ରସାଦ ତ୍ରିପାଠୀ

ସ୍ମୃତି ନିଳୟ, ଉଦୟ ନଗର

ଷ୍ଟେସନ ରୋଡ , ବଲାଙ୍ଗୀର (ଓଡିଶା)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍