STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ଲିଭି ହଜିଯାଉ ସନ୍ତ୍ରାସବାଦ ର ମନ୍ତ

ଲିଭି ହଜିଯାଉ ସନ୍ତ୍ରାସବାଦ ର ମନ୍ତ

1 min
262


ଲିଭି ହଜିଯାଉ ସଂତ୍ରାସ ବାଦର ମନ୍ତ୍ର

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

---------- -------------------- ----------

ଭୋକ ସରିନାହିଁ ଏବେବି ବୁଲୁଛି ସୀମାରେ ସହିଦ୍ ଆତ୍ମା

ଏବେବି ସୁଖିନି ସହିଦ୍ ଘରଣୀ ଆଖି ଲୁହ ହୃଦ ବ୍ୟଥା ।।

ଏବେବି ଜନନୀ କୋହ ଭରା କାନ୍ଦ ରୋଳ ରେ ପ୍ରକୃତି ସ୍ତବ୍ଧ

ଆସ ଆସ ବୀର ସାଥି ସହୋଦର ସହିଦ୍ ହୋଇନି ତୃପ୍ତ ।।


ଦୁର୍ଦ୍ଧଷ ବାହିନୀ ଅର୍ଦ୍ଧଶତ ବୀର କଫିନ୍ ଭିତରେ ଶୋଇ

ଚେତାଇ ଦେଉଛି ଆତଙ୍କି ଜଲ୍ହାଦ ତାହାରେ ବିଶ୍ଵାସ ନାହିଁ ।।

ଅମର ସହିଦ୍ ଅତୃପ୍ତ ଆତ୍ମା ଗୁଳି ଗୋଳା ବର୍ଷା କରେ

କଦମ ବଢାଅ ଭାରତୀୟ ବୀର ପାଦ ରଖି ଅରି ଶିରେ ।।


ମା, ମାଟି ରାଣ ଖାଇ ଭାରତୀୟ ବୀର ର ଶପଥ ଏହି

ବିଶ୍ଵ ବକ୍ଷରୁ ସଂତ୍ରାସ ବାଦର ମୂଳୋତ୍ପାଟନ ପାଇଁ ।।

ମା,ମାଟି ରାଣ ନେଇଛି ଜାତୀୟ ସଂହତି,ଐକ୍ୟ ରକ୍ଷା

ପାଇଁ ଏକଯୁଟ ଭାରତ ଜନତା ଧର୍ମନିରପେକ୍ଷ ଦିକ୍ଷା ।।


ଭାରତ ମାତାର ମଥାର କିରୀଟ ହୀମାଳୟ୍ ଗିରି ପରା

କାହାରି ଆଗରେ ମଥାନତ କରି ହୋଇବ ନାହିଁ ରେ ଠିଆ ।।

ଉଡ଼ୁଛି ଉଡିବ ମୁକ୍ତିର ଏହି ତ୍ରୀରଙ୍ଗା ଜାତୀୟ ଝଣ୍ଡା

ପ୍ରତିଟି ଜୀବନ ଭାତୃତ୍ବ ବନ୍ଧନେ ହୋଇଛି ଏଠାରେ ଛନ୍ଦା। ।।


ଶାନ୍ତି, ମୈତ୍ରୀ,ମୁକ୍ତି ସୂର୍ଯ୍ୟ ଭାରତ ର ପୂର୍ବାକାଶେ

ଉଦିତ ହୋଇ ସେ ନୂତନ କିରଣ ଢାଳେ ଅଭିନବ ବିଶ୍ଵେ ।।

ଆସ ବିଶ୍ଵବନ୍ଧୁ ଭାତୃତ୍ବ ବନ୍ଧନେ ଭାରତ ପାତିଛି ହାତ

ହାତେ ହାତ ମିଶୁ ବିଶ୍ବରୁ ଲୁପ୍ତ ହେଉ ଏ ସଂତ୍ରାସ ବାଦ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍