STORYMIRROR

Jyotirmoyee Mohanty

Others

3  

Jyotirmoyee Mohanty

Others

ଲିଭାଅଙ୍ଗାର

ଲିଭାଅଙ୍ଗାର

1 min
135

ଭାବନି ମୁଁ ଲିଭିଯାଇଛି

ଚାହିଁବି ଯଦି ଜାଳିଦେଇଯିବି ଦେବି ସାରାଜଗତ

ମୋ ଦେହରେ ଏବେବି ବାକିଅଛି ନିଆଁଝୁଲଟିଏ।


ଘୃଣିତ ଆଖିର ତୀକ୍ଷ୍ଣ ଛୁରୀରେ ମୁଁ ରକ୍ତାକ୍ତ

ତଥାପି ଦୁଲୁକାଏ ପବନରେ

ପୁଣିଥରେ ସଂଚାରିଯିବ ନିଆଁ

ଲାଲଅଙ୍ଗାର ମୁଁ

ମୁଁ ଚାହିଁଲେ ଦେବି ଉତ୍ତାପ

ଜଳିବ ସଂଜବତୀ

ଆଲୋକିତ ହେବମହୀ।


ତୁମ ହିଂସାର ବେଦନା ଭିତରୁ 

ମୁଁ ଉଡାଇପାରିବି ଶାନ୍ତ କୋପତ

ବାନ୍ଧିପାରିବି ଭାତୃପ୍ରେମରେ ଏ ସାରା ଜଗତ

ବୁଣିଦେଇଯିବି ସତ୍ୟ,ଶାନ୍ତି,ଦୟା,କ୍ଷମା 

ବୀଜ ଘରେ ଘରେ।


ଭାବନି ମୋତେ ନାଚାର, ଅଲୋଡା, ଅଖୋଜା 

ଲିଭାଅଙ୍ଗାରଟିଏ...

ମୋ ଭସ୍ମରେ ଅଛି ଏତିକି ଉଷ୍ମତା

ଯେଉଁଠି ପଚିବ ସେଠି ହେବ ଭସ୍ମିଭୁତ।



Rate this content
Log in