STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଲହୁ ଝରା ଲୁହ ଛବି

ଲହୁ ଝରା ଲୁହ ଛବି

1 min
368

 ଶ୍ରାବଣର ଧାରା 

       ସମାନ ଝରଇ

  ବିଜୁଳି ସମାନ,କୋହ

 ଛାତିଫଟା ଚିତ୍ର

      ହେଲେ ଅଭିନିତ

  ଆଖି ରୁ ଝରଇ ଲୁହ ।।

 ଦୁଃଖ ର ସାଥି ଏ

       ଦିଅଇ ତୃପତି

   ଅବାରିତ ଝରି ଝରି

 ଥକିଯାଏ ଚକ୍ଷୁ 

     ଧୀରେ ଧୀରେ ନିଦ

  ଆଖିରେ ଆସଇ ମାଡ଼ି ।।

 

 ଅଶ୍ରୁ କହିଦିଏ

      ମନର ବେଦନା

  ଆପଣା ଜନର ମନେ

 ଦିବଙ୍ଗତ ଜନେ 

       ଅଶ୍ରୁଳ ବିଦାୟ

   ଦିଅନ୍ତି ସକଳ ଜନେ ।।

 ସୁଖେ ଝରିପଡେ

       ଆନନ୍ଦାଶ୍ରୁ ନେତ୍ରୁ

  ମନେ ଯାଗେ ଇନ୍ଦ୍ରଧନୁ

 ସୁଖଦ ବାରତା

       ପଲକେ ପୁଲକ

  ତନ୍ଦ୍ରା ହରିନିଏ ମନୁ ।।

 

 କେବେ ଦୁଃଖ କେବେ

       ଆନନ୍ଦର ଅଶ୍ରୁ

  ସେଇତ ପ୍ରକୃତ ସାଥି

 ଜାଳି,ପୋଡି ଦିଏ 

      ସୁନାର ସାମ୍ରାଜ୍ୟ

  ସାକ୍ଷୀ ତାର ସୀତା ସତୀ ।। 

 ନାରୀ ଦୁଃଖ,କୋହ,

       ଲୁହ ର ପ୍ରତାପ

 କୈ।ରବ ବଂଶ ପତନ

 ଲୁହ ଅଟେ ପୂଣ୍ୟ

     ପବିତ୍ର ନିର ସେ

 ବାନ୍ଧିରଖେ ମନ ପ୍ରାଣ ।।

 

 ଲୁହ ଝରା ଗୀତ 

    କାନ୍ଦଣା ଲହରୀ

  ବିବାହ ବେଦୀ ରେ ଝିଅ

 ଜନମେ,ମରଣେ

    ଲୁହଝରା ଛବି

 କବିର କବିତା ଲୁହ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍