STORYMIRROR

Rama chandra Pradhan

Others

3  

Rama chandra Pradhan

Others

ଲଗାଅ ଅଧିକ ଗଛ

ଲଗାଅ ଅଧିକ ଗଛ

1 min
11.7K

ଛପି ଛପି ଆସେ ବସନ୍ତ ଋତୁଟା

  ଥିରି ଥିରି ଯାଏ ଶୀତ,  

ତୋଟା ମାଳ ନାହିଁ କୋଇଲି ବି ନାହିଁ  

  ଗାଇବାକୁ ମିଠା ଗୀତ l


ସବୁଠି ଲମ୍ବିଛି କଂକ୍ରିଟ ସଡ଼କ 

କଳ କୋଠା ଘରବାଡ଼ି,

ବାସହରା ହୋଇ ପଶୁପକ୍ଷୀ ମାନେ  

 ବୁଲୁଛନ୍ତି ବାଟହୁଡ଼ି l


ସବୁଜ ବନାନୀ ଟାଙ୍ଗରା ଦିଶୁଛି  

ନ ଥାଇ ଆଜି ପାଦପ,

ଏମିତି ଚାଲିଲେ କିଛି ଦିନ ପରେ  

ସବୁ ପାଇଯିବ ଲୋପ l


ବରଷା ହେଉନି ଏ ଧରା ପୃଷ୍ଟରେ 

ନାହିଁ ବୋଲି ଗଛପତ୍ର,

ବିଚରା ମଣିଷ ଜାଣି ପାରୁ ନାହିଁ   

ବୃକ୍ଷ ହିଁ ପରମମିତ୍ର l


ହୋଇ ସାବଧାନ ହେ ମଣିଷ ଭାଇ   

ଲଗାଅ ଅଧିକ ଗଛ,

ପରିବେଶ କଥା ଟିକେ ଚିନ୍ତା କର  

ସବୁ କାମ କରି ପଛ l


Rate this content
Log in