ଲେଖନୀରେ ବାଦ
ଲେଖନୀରେ ବାଦ
1 min
420
କର୍ମର ତାଡନା ଲେଖନୀ ରେ ବାଦ
ଅହରହ କରେ ସିନା
ଅବୋଧ ଲେଖନୀ ଅଝଟିଆ ହୁଏ
ଆନ କିଛି ସେ ବୁଝେନା।
କାଗଜଟି ତା'ର ପ୍ରିୟ ସାଥି ଯେଣୁ
ତା'ପାଖରେ ଥାଏ ମନ
ଅନାବନା ଭାବ ବଖାଣି ଦେବାକୁ
ଚିତ ହୁଏ ତା'ଉଛନ୍ନ।
ମାନସମନ୍ଥନେ ଯେଉଁ ଶବ୍ଦମାଳା
କବିତା ରୂପରେ ଜନ୍ମେ
ସେ ହି ଲବଣୀ କୁ କଳାକାହ୍ନୁ ପ୍ରାୟ
ପାଠକ ସାଦରେ ଚୂମେ।
ପାଠକଗଣଙ୍କ କଟାକ୍ଷ ବଚନ
ସମୀକ୍ଷା- ସମାଲୋଚନା
ନିନ୍ଦା ବା ପ୍ରଶ଼ଂସା ଇନ୍ଧନ ଅଗ୍ନିରେ
ତାପ ପାଇ ଆନ ବର୍ଣ୍ଣା।
ସେ ହିଁ ରୂପାନ୍ତର ଘୃତ ରୂପେ ପୁଣି
ପାଲଟି ହୁଏ ଅମୁଲ୍ୟ
କାଳଜୟୀ ହୋଇ ସାହିତ୍ୟ ହାଟରେ
ବଢିଯାଏ ତା'ର ମୂଲ୍ୟ।
