Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amita Rath

Others

3  

Amita Rath

Others

ଲେଖା ପଛର ପ୍ରେରଣା

ଲେଖା ପଛର ପ୍ରେରଣା

1 min
155


ଅୟୁତ ଅୟୁତ ଯନ୍ତ୍ରଣା ସିକ୍ତ ମୁହୂର୍ତ୍ତ ହିଁ

ମୋ ଲେଖା ପଛର ପ୍ରେରଣା।

ଶିଶୁ ଟିଏ ଭୂମିଷ୍ଠ ହେଲେ,

ମାତୃତ୍ୱ ର ମହିମାରେ ବିମଣ୍ଡିତା ହୁଏ

ତା'ର ଜନ୍ମଦାତ୍ରୀ ମାତା।

ଅନେକ ଯନ୍ତ୍ରଣା କ୍ଲିଷ୍ଟ ଅସହ୍ୟ ମୁହୂର୍ତ୍ତକୁ ଅତିକ୍ରମ କରି

ସେ ପହଞ୍ଚିଥାଏ ସେଇ ଶୁଭ ମୁହୁର୍ତ୍ତରେ।

ଠିକ୍ ସେହିପରି ,

ମୋର ମାନସ ସନ୍ତାନ ବି ଜନ୍ମ ନିଏ

ଯନ୍ତ୍ରଣା ସିକ୍ତ ଅନେକ ମୁହୂର୍ତ୍ତକୁ ମୁଁ ବିତେଇବା ପରେ।

ମସ୍ତିଷ୍କ ଜରାୟୁ ମୋ'ର 

ଅହେତୁକ ମାନସିକ ବେଦନାରେ ଯେତେବେଳେ 

ଆକ୍ତା ମାକ୍ତା ହୁଏ ଓ

ଫାଟି ପଡ଼ିବାର ଉପକ୍ରମ କରେ

ଠିକ୍ ସେତେବେଳେ, ଅସମ୍ଭାଳ ହୋଇ

ପଦାକୁ ବାହାରି ଆସେ ମୋ ମାନସ ସନ୍ତାନ !

ଆଉ ମୁଁ କବୟିତ୍ରୀ ର ମହିମା ରେ ମଣ୍ଡିତା ହୋଇପଡ଼େ !!

ଏମିତି ହିଁ ତ ହୁଏ ସଦା ବେଳେ...........।



Rate this content
Log in