STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଲଭିବୁ ବୈକୁଣ୍ଠ ଭୁବନ

ଲଭିବୁ ବୈକୁଣ୍ଠ ଭୁବନ

1 min
14.2K



• ରାଗ—ନଟ ନାରାୟଣୀ

• ତାଳ—ଯତି

• କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ----------------

• କଞ୍ଜ ବଦନ ଚକାନୟନ

• ଦେଖି ତୁମ ଚାରୁଚିତ୍ର ଆହ୍ଲାଦିତ ମନ , ହେ କଞ୍ଜ ବଦନ…।।

• ବ୍ରହ୍ମ ସ୍ବରୂପରେ ଦାରୁ ଅଚଳ ମୂରତି

• ସହସ୍ର ଭାନୁ ସମାନ ଉଛୁଳେ ସେ ଜ୍ବୋତି

• ଯୋଡହସ୍ତେ ଅଗ୍ରେ ବିଜେ ବିନତା ନନ୍ଦନ , ହେ କଞ୍ଜ ବଦନ…।।

• ସୁଧାଝରା ମଞ୍ଜୁହସ ତା ରଙ୍ଗ ଅଧରେ

• ମହାବାହୁ ବାହୁ ଟେକି ଡାକେ ଭକତରେ

• ଶରଣ ପଶିଲେ ପାପ କରନ୍ତି ମୋଚନ , ହେ କଞ୍ଜ ବଦନ…।।

• ଷାଠିଏ ପଉଟି ଅର୍ଣ୍ଣ ସୁସ୍ବାଦୁ ବ୍ୟଞ୍ଜନ

• ଲାଗିହୁଅଇ ଅବଢ଼ା ପୀୟୂଷ ସମାନ

• ନରଜନ୍ମ ହୁଏ ଧନ୍ୟ କରିଲେ ସେବନ , ହେ କଞ୍ଜ ବଦନ…।।

• ପୁରସ୍ତମେ ରତ୍ନବେଦୀ କରି ଅଳଂକୃତ

• ବିଜୟ କରିଅଛନ୍ତି ସ୍ଵଂୟ ଜଗନ୍ନାଥ

• କୃତାନ୍ତ କରଇ ଭୟ ଦେଲେ ସେ ଶରଣ , ହେ କଞ୍ଜ ବଦନ…।।

• ଆରେ ବାଇମନ ବାରେ ଭଜ ତାରନାମ

• ନିଶ୍ଚୟ ଲଭିବୁ ତୁହି ବୈକୁଣ୍ଠ ଭୂବନ

• କହଇ ପ୍ରଫୁଲ୍ଲ ଥରେ ମାନ ରେ ବଚନ , ହେ କଞ୍ଜ ବଦନ…।।


இந்த உள்ளடக்கத்தை மதிப்பிடவும்
உள்நுழை