STORYMIRROR

Ram Prasad Bisoi

Others

3  

Ram Prasad Bisoi

Others

ଲଭିବାକୁ ମୋକ୍ଷ ।

ଲଭିବାକୁ ମୋକ୍ଷ ।

1 min
26K


ଲଭିବାକୁ ମୋକ୍ଷ ।

ତମେ କହିଲ,ମୁଁ କାନ୍ଦିବି, ତମ ପାଇଁ ହିଁ କାନ୍ଦିବି, ମୁଁ କହିଲି , ମିଛ ଆଉ ଖାଲି ମିଛ, ତମେ ତ ଧୁମକେତୁ , ଅଦିନ ,ଅକାଳେ, ଦିଅ ଦେଖା ପୁଣି ଉଭାନ ହୋଇଯାଅ ଅନ୍ତରିକ୍ଷେ , ନକ୍ଷତ୍ରମଣ୍ଡଳଯେ ତୁମ ଦେଶ । (୧) ମୋ ପ୍ରତୀକ୍ଷାର ନାହିଁ ଆଦି ଅନ୍ତ, ତମେ ଯେ ମୋ ଅଦ୍ୟାଶା ତୁମ ଆସିବା ବାକି ରହିଯାଏ ମିଥ୍ୟା ପ୍ରତିଶୃତିର ହୋଇ ଖେଳ, ସମ୍ପର୍କର ବେଳାଭୂମି ଲାଗେ ସତେ ଯେମିତି ମିଛ ମିଛିକା ବୋହୁୁ ବାଗୁଡି ଖେଳ । (୨) ଆଜି ଥାଇ ପରେ ତୁମ ମଥାରେ ଆଉ କାହା ନାମେ ସିନ୍ଦୁର ମୁଁ କିନ୍ତୁ ସେଇଠି ଠିଆ ହୋଇଛି ସେମିତି ଯେଉଁ ଗଳିରେ ତମେ କାଲି ଛାଡି ଯାଇଛ, ତମ ରାତି ନ ହୋଇ ପାରେ ମୁଁ, ତମେ ହୋଇ ପାର ବହୁରୂପି, ମତେ କିନ୍ତୁ ସଜିବାକୁ ଦିଅ ତମ ରତିକ୍ଲାନ୍ତ ଶରୀରର ନାଭି ମଣ୍ଡଳର ଶ୍ଵେଦଵିନ୍ଦୁ ବହିଯିବି ଧାରଟିଏ ହୋଇ ନେଇ ମନେ ମିଳନର ଆଦିମ ଆକାଂକ୍ଷା ତମ ଶରୀରର ଉଛ୍ୱାଷପ୍ରସ୍ୱାଶ ସହ ସୃଷ୍ଠି ହେଉଥିବା କାମନାର ଉଷ୍ମ ପ୍ରସବଣ ସହ ମିଶି ନିଶ୍ଚିର୍ଣ୍ହ ହୋଇ ଯିବି ଯେଉଁଠି ଲୁଚି ରହିଛି ନୂତନ ସୃଷ୍ଟିର ରହସ୍ୟ ଲଭିବାକୁ ମୋକ୍ଷ , ଲଭିବାକୁ ମୋକ୍ଷ ।

ରାମ ବିଶୋଇ @କାଶ୍ୟପ ତା-୧୬-୦୭-୧୬ ସନ୍ଧ୍ୟା-୫ଟା ରାୟଗଡ଼ା ।


Rate this content
Log in