STORYMIRROR

Niranjan Sahu

Others

4  

Niranjan Sahu

Others

ଲାଙ୍ଗଡ଼ ଟେକି ଗଲ ପଳେଇ

ଲାଙ୍ଗଡ଼ ଟେକି ଗଲ ପଳେଇ

1 min
91

ଶ୍ରଦ୍ଧାଞ୍ଜଳି ଘେନ ହେ 370

ତୁମ ବେଳ କାଳ ସରିଲା

ତୁମଲାଗି କେତେ ଲୋକେ ହନ୍ତସନ୍ତ

ଇତିହାସ ହୋଇ ରହିଲା,


ତୁମଲାଗି କେତେ ପରିବାର ନଷ୍ଟ

ହିସାବ ରଖିବ କିଏ

ତୁମକୁ ଯିଏ ସପର୍ଟ କରୁଛି

ସବୁଠୁ ମୁରୁଖ ସିଏ


ତୁମ ଲାଗି ଥିଲା ଜନ ଅସନ୍ତୋଷ

ହୋଇଥିଲେ ଅଣନିଃଶ୍ୱାସ

ଧକିଆ ମାରି ତଡି ଦିଆଗଲା

ଶାନ୍ତିରେ ମାରିବେ ନିଃଶ୍ଵାସ


70 ବରଷ ଶାସନ କରିଲ

ଅରାଜକତା କୁ କୋଳେଇ

ଭାରତ ସର୍କାର ବ୍ରହ୍ମ ଅସ୍ତ୍ର ମାରିଲା

ଲାଙ୍ଗୁଡ଼ ଟେକି ଗଲ ପଳେଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍