STORYMIRROR

Mr.GAGAN BIHARI NAYAK

Others

3  

Mr.GAGAN BIHARI NAYAK

Others

ଲାଜୁଆ ସକାଳ ଶୀତ

ଲାଜୁଆ ସକାଳ ଶୀତ

1 min
422


ଥୁରୁ ଥୁରୁ ଶୀତେ ହେମାଳ ପବନ

ଥରେଇ ଦେଉଛି ହିଆ ॥

ପାହାଡ କୋଣରୁ ଶୀତୁଆ ସକାଳେ

ବହେ ସୁଲୁ ସୁଲୁ ବାଆ ॥0॥

ଗଙ୍ଗ ଶୀଉଳିର ବାସ ଚହଟୁଛି ।

ରଜନୀ ଗନ୍ଧାର ଗଜରା ଫୁଟିଛି ॥

ଜାଈ ଯୂଈ ହେନା ଚମ୍ପା ଚମେଲୀ ।

ଝୁମନ୍ତି ସକାଳେ ଶୀତେ ଝୁଲି ଝୁଲି ॥

ବିଲରେ ହସୁଛି ସୁନାର ଫସଲ

କି ସୁନ୍ଦର ! ଦିଶେ ଆହା (୧)

ଝରା ବଉଳର ପତରେ ପତରେ ।

ଦୋଳୀ ଖେଳେ ଶୀତ ଫୁଲ ପାଖୁଡାରେ ॥

କାକର ମୁଠାଏ ଉପହାର ଦେଇ ।

ମିଠା ଶିହରଣେ ଦେହ ଯାଏ ଛୁଇଁ ॥

ବଗୁଲୀ ସାଥିରେ କାଶତଣ୍ଡୀ ମାଳେ

ଡେଣା ଝାଡେ ଗେଣ୍ଡାଳିଆ (୨)

ପ୍ରୀତି ପିଆଲାର ପାଖୁଡା ମେଲେଇ ।

ଆଲସୀ ତନୁ ତା ଖରାରେ ବିଛେଇ ॥

କଳୀ ହସୁଥାଏ ଲାଜେଇ ଲାଜେଇ ।

ତା ମିଠା ଓଠକୁ ଅଳୀ ଯାଏ ଛୁଇଁ ॥

ଲାଲିମା ସୁରୁଜ ନିଆଁ ଜାଳି ଦିଏ

ଲାଜେ ନୁଏଁ ଆଖି ପତା (୩) (...କ୍ରମଶ)


ଗଗନ ବିହାରୀ ନାୟକ

ବିଡିଏ କଲୋନୀ ଚନ୍ଦ୍ରଶେଖର ପୁର, ଭୁବନେଶ୍ଵର


Rate this content
Log in