STORYMIRROR

Rashmi Ranjan Nayak

Others

4  

Rashmi Ranjan Nayak

Others

ଲାଇଟ୍ସ ଅଫ

ଲାଇଟ୍ସ ଅଫ

1 min
340

ବୁଡିଛି ସୁରୁଜ ସମୁଦ୍ର ମଧ୍ୟରେ 

ଧୀରେ ବଢେ ଦୁଷ୍ଟ ରାତି।

ଅନ୍ଧାର ରାତିରେ ବଡ଼ ଆନନ୍ଦରେ

ଦୁଷ୍ଟାତ୍ମା ଗଲେଣି ମାତି।


ଦୂର ପାହାଡ଼ରୁ ଶୁଭିଲାଣି ଡାକ,

ଆକାଶେ ଉଡେ ବାଦୁଡି,

ବର୍ଷା ଭିଜା ରାତି ଛାତିକୁ ଥରାଏ

ମାରେ ଯେବେ ଘଡଘଡି।


କିଆ ବୁଦା ମୂଳୁ କାନ ଡେରି ଶୁଣେ

ବିଲୁଆ ନନାର ଡାକ,

ଦୂର ମଶାଣିର ପ୍ରତିଛବି ଭାବି

ବନ୍ଦ ହୁଏ ମୋର ଭୋକ।


ବଡ଼ ବିପଦ ଯେ ଏ ରାତି ଟି ପରା

ଭାବି ଲେ ଲାଗୁଛି ଡର,

କେତେ ଭୟଙ୍କର ରୁପ ଯେ ତାହାର

ଭାବି ହୁଏ ଆଜି ଜ୍ୱର।



Rate this content
Log in