STORYMIRROR

Subal Routray

Others

3  

Subal Routray

Others

ଲାଗେ ଏମିତି

ଲାଗେ ଏମିତି

1 min
13.1K



****

ମନ ମୟୂରକୁ ଆଜି ଲାଗେ ଏମିତି

ଘୋଟି ଆସିଛି ଆକାଶେ

ଆଜି ଖାଲି ତା ସକାଶେ

କଳା କଳା ମେଘ ମାଳା

ନଭେ ଯେମିତି !

କଜଳ ସଜଳ ମେଘ

ଉଠାଏ ମନ ତରଂଗ

ପାଦରେ ଘୁଂଘୁର କିଏ

ବାଂଧେ ଯେମିତି !

ମନ କହେ ନାଚିବାକୁ

ଗାଇ ଯିବାକୁ

କୁଂଜ କାନନରେ

ସୁର ଭରି ଦେବାକୁ

ତା ସାଥେ ନାଚିବ

ସାରା ଧରା ଯେମିତି !


Rate this content
Log in