Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhisek Mohapatra

Others

3  

Abhisek Mohapatra

Others

କ୍ୟାଲେଣ୍ଡର

କ୍ୟାଲେଣ୍ଡର

1 min
420



କାଗଜର ଫର୍ଦ୍ଦ ଫର୍ଦ୍ଦ ଛାତିରେ ତାରିଖ ଛପାଯାଇଛି ,

ଟଙ୍ଗା ହେଇଛି ବର୍ଷ , ମାସ ,ଦିନ , ଦଣ୍ଡ ମୋ ବିଛଣା ପାଖରେ ,

ଅମାବାସ୍ୟା,ମାସନ୍ତ , ସଂକ୍ରାନ୍ତି ସବୁ ନିଅଣ୍ଟ ,

ଖାଲି କ୍ୟାଲେଣ୍ଡରରେ ଲେଖା ହେଇଛି ବୋଲି ଜଣା ଏସବୁ !


କ୍ୟାଲେଣ୍ଡରର ତାରିଖରେ କଳାଦାଗ ବସିଲେ ,

ମୋ ଫୋନ୍ ରିଙ୍ଗ ହୁଏ !

ସେପାଖରୁ ଶୁଭିଯାଏ ମା'ର ସ୍ନେହବୋଳା କଣ୍ଠ ,

ବାପାଙ୍କ କଲେଜ ରୁଟିନ୍ କୁ ପାଳିବାର କଡ଼ା ତାକିତା ,

ପ୍ରେମିକାର ସପ୍ତାହନ୍ତ ପାର୍କ ବୁଲା ବି କଳାଦାଗରେ ସାମିଲ୍ ହୁଏ ।


କ୍ୟାଲେଣ୍ଡରରେ ଅଳନ୍ଧୁ ବସିଲେ ,

ମନେପଡେ ପ୍ରଥମଥର ଦାଢ଼ି କାଟିଥିବା କଥା !

ପିଙ୍କି ସହ ମୋର ପ୍ରଥମ ଦେଖା ,

ସବୁ କ୍ୟାଲେଣ୍ଡର ଛାତିରେ ଲେଖା ।


ଅନେକ ବେଳେ ଭୁଲିଛି ତାରିଖ !

ଭୁଲିଛି ଅନେକ କଥା ।

ଭୁଲିନି ସେ ମୋତେ ,

ଭୁଲିନି ସେ ମୋ ପରୀକ୍ଷା ,

ପିଙ୍କି ସହ କଟାଇବାକୁ ଥିବା ଦିନ ସବୁ ,

ମାସର ଦ୍ଵିତୀୟ ଶନିବାର ଅବା ପିଙ୍କି ସହ କେବେ ହେଇଥିଲା ଦେଖା ।


ଘର ବଦଳି ହେବ ।

ବାପା କହିଛନ୍ତି କ୍ୟାଲେଣ୍ଡର ବିକିଦେବେ କାଗଜ ବାଲାକୁ ,

ଦର ଛିଡାଇଛି କାଗଜ ବାଲା ।

ହଃ , କେତେ ବା ହେବ ଆଉ ?

କେଜିକୁ ଚାରି ଅବା ପାଞ୍ଚ ଟଙ୍କା ,


ଯାଉ ଅତୀତଟା ବିକ୍ରି ହେଇଯାଉ !


ପୁରୁଣା କ୍ୟାଲେଣ୍ଡର କାହାର କ'ଣ ଦରକାର ହେଲାଣି ନା ଦରକାରରେ ଆସିବ ଆଉ ?

                  



Rate this content
Log in