STORYMIRROR

Sachidananda Kar

Others

3  

Sachidananda Kar

Others

କଉତୁକିଆ କୁକୁର ଛୁଆ

କଉତୁକିଆ କୁକୁର ଛୁଆ

1 min
354

ଆ'ରେ ମୋର କୁନି କୁକୁର

ମୋ କତିକି ଆ'

ମାଉଁସ ଭାତ ଆଣିଛି ମୁହିଁ

ମୋ ପାଶେ ବସି ଖା' ।।


ଖାଇବୁ ଯେବେ ଆଣି ମୁଁ ଦେବି

ତୋ ପାଇଁ ଦୁଧ ଭାତ

କୋଳରେ ଧରି ତୋତେ ମୁଁ ପୁଣି

ବୁଲେଇ ନେବି ଯାତ ।।


ଦେହକୁ ତୋର ଦେବିରେ ଧୋଇ

ସଫା ଦିଶିବୁ ତୁହି

ଖେଳିବି ଖେଳ ତୋ ସାଥେ ପୁଣି

ମଜା କରିବି ମୁହିଁ ।।


ଯୁଆଡେ ଯିବି ସାଙ୍ଗରେ ନେବି

ତୁ ପରା ମୋର ମିତ

ନାଚିବୁ ତୁହି ଥେଇକି ଥେଇ

ଗାଇବି ମୁହିଁ ଗୀତ ।।


ଜାଣିଛି ମୁହିଁ ହେଲେ ତୁ ବଡ

ଜଗିବୁ ମୋର ଘର

ସତ କହୁଛି କେବେ ବି ତୋତେ

କରିବି ନାହିଁ ପର ।।


ତୁହି ତ ମୋର ଅସଲ ସାଥି

ତୋ ସାଥି ଅଟେ ମୁଁ

ଯାହାକୁ ବେଶୀ ପାଏ ମୁଁ ଭଲ

ସିଏ ତ ମୋର ତୁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍